ଅପରେସନ ସିନ୍ଦୂର ସମୟରେ ଟ୍ରମ୍ପଙ୍କ ଯୁଦ୍ଧ ବିରତି ମନ୍ତବ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିଲେ ରାହୁଲ

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଅଂଶଗ୍ରହଣ କରି ସରକାରଙ୍କୁ ପ୍ରବଳ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କହୁଛନ୍ତି ଯେ ସେ ଯୁଦ୍ଧବିରତି କଥା କହିବାରୁ ଭାରତ ଅସ୍ତ୍ରବିରତି କରିଥିଲା। ସେ ୨୯ ଥର ଏପରି ସମାନ କଥା କହିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଜବାବ ଦେବା ଉଚିତ ଯେ ଟ୍ରମ୍ପ ଏହି କଥା ସମ୍ପୂର୍ଣ୍ଣ ମିଛ କହୁଛନ୍ତି। ଅପରେସନ୍ ସିନ୍ଦୂର’ ଆରମ୍ଭ ହେବାର ରାତିରେ ହିଁ ମାତ୍ର ୩୦ ମିନିଟ୍‌ରେ ହିଁ ସରକାର ଅସ୍ତ୍ରବିରତି କରିଦେଇଥିଲେ। ଅପରେସନ୍ ସିନ୍ଦୂର’ ବେଳେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ପାକିସ୍ତାନ ସହ ଲଢିବାର ଇଚ୍ଛାଶକ୍ତି ନଥିଲା।

ଆହୁରି ମଧ୍ୟ ରାହୁଲ କହିଛନ୍ତି, ସରକାର ପାଇଲଟମାନଙ୍କ ହାତ ବାନ୍ଧି ଦେଇଛନ୍ତି। ବାୟୁସେନାକୁ ସ୍ୱାଧିନତା ଦିଆଯାଇ ନଥିଲା। ଦେଶ ପାଇଁ କାମ କରିବାର ଅଛି ଯଦି ଯବାନଙ୍କୁ ସ୍ବାଧୀନତା ଦେବାକୁ ପଡିଥାଏ। ମୁଁ ରାଜନାଥ ସିଂହଙ୍କ ଭାଷଣ ଶୁଣିଛି। ସେ ‘ଅପରେସନ୍ ସିନ୍ଦୂର’ର ତୁଳନା ୧୯୭୧ ସହ କରିଛନ୍ତି। ସେତେବେଳର ସରକାରଙ୍କ ପାଖରେ ଇଛାଶକ୍ତି ଥିଲା। ଆମେ ଆମେରିକା କଥା ଶୁଣିନଥିଲୁ। ଏକ ଲକ୍ଷ ପାକିସ୍ତାନୀ ସୈନିକ ଆତ୍ମ ସମର୍ପଣ କରିଥିଲେ। ସେନାର ବ୍ୟବହାର ପାଇଁ ଇଚ୍ଛା ଶକ୍ତି ଦରକାର।

ପ୍ରଧାନମନ୍ତ୍ରୀ ମୋଦି ନିଜ ଭାବମୂର୍ତ୍ତି ପାଇଁ ସୁରକ୍ଷା ବାହିନୀକୁ ବ୍ୟବହାର କରନ୍ତି, ଏହା ଦେଶ ପାଇଁ ବହୁତ ବିପଦପୂର୍ଣ୍ଣ। ଗତକାଲି ସରକାରଙ୍କ ପକ୍ଷରୁ ଚୀନ୍ ବିଷୟରେ କିଛି କୁହାଯାଇ ନଥିଲା। ଯଦି ନରେନ୍ଦ୍ର ମୋଦିଙ୍କ ପାଖରେ ଇନ୍ଦିରା ଗାନ୍ଧୀଙ୍କ ଭଳି ୫୦% ସାହସ ଅଛି, ତେବେ ସେ ଗୃହକୁ କହିବା ଉଚିତ ଯେ ଟ୍ରମ୍ପ ଅସ୍ତ୍ରବିରତି ବିଷୟରେ ମିଛ କହୁଛନ୍ତି। ଟ୍ରମ୍ପ ୨୯ ଥର କହି ସାରିଲେଣି ଆମେ ଯୁଦ୍ଧ ବନ୍ଦ କରିଛୁ। ଯଦି ଦମ୍ ଅଛି ତେବେ ପ୍ରଧାନମନ୍ତ୍ରୀ ଗୃହରେ କୁହନ୍ତୁ, ମୁଁ ମିଛ କହୁଛି।

Leave a Reply

Your email address will not be published. Required fields are marked *