ଅଗଷ୍ଟରୁ ବିହାରରେ ଆରମ୍ଭ ହେବ କ୍ରାନ୍ତି ଦାୟିତ୍ୱ ନେବେ ରାହୁଲ ଓ ତେଜସ୍ବୀ

ଅଗଷ୍ଟରୁ ବିହାରରେ ଆରମ୍ଭ ହେବ କ୍ରାନ୍ତି ଦାୟିତ୍ୱ ନେବେ ରାହୁଲ ଓ ତେଜସ୍ବୀନୂଆଦିଲ୍ଲୀ : ବିଗତ ୨୦ବର୍ଷ ହେଲା ଆରଜେଡି ଓ ଚାରି ଦଶନ୍ଧୀ ଧରି କଂଗ୍ରେସ କ୍ଷମତାଠୁ ଦୂରରେ ରହିଛି । ଆସନ୍ତା ଅକ୍ଟୋବର ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କ୍ଷମତାର ବନବାସ ସାରି ଫେରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଆରଜେଡି ନେତା ତେଜସ୍ବୀ ଯାଦବ ରଣଭୂମିକୁ ଓହ୍ଲାଇବାକୁ ଯାଉଛନ୍ତି । ତେଜସ୍ବୀ ଓ ରାହୁଲ ମହାଗଠବନ୍ଧନ ନେତାଙ୍କ ସହ ନୀତିଶ ସରକାର ବିରୋଧରେ ମାହୋଲ ପ୍ରସ୍ତୁତ କରିବାକୁ ଉଦ୍ୟମ କରିବେ ।

ଏନଡିଏ ବିରୋଧରେ ଭୋଟର ତାଲିକା ସଂଶୋଧନ ବା ଏସଆଇଆରକୁ ଅସ୍ତ୍ର କରିବ ମହାଗଠବନ୍ଧନ । ଯେଉଁଭଳି ଭାବେ ଭୋଟରଙ୍କ ନାଁ ତାଲିକାରୁ କଟା ଯାଉଛି, ସେନେଇ ଜନତାଙ୍କ ପାଖକୁ ଯିବେ ବୋଲି ତେଜସ୍ବୀ ଯାଦବ କହିଛନ୍ତି । ଏଥିରେ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହେବେ । ଗତ ୧୦ଦିନ ମଧ୍ୟରେ ରାଜ୍ୟରେ ପ୍ରାୟ ଶହେଟି ହତ୍ୟା ମାମଲା ହୋଇଛି । ସିଏଜି ରିପୋର୍ଟରେ ଦୁର୍ନୀତି ସାମନାକୁ ଆସିଛି । ଏସବୁ ପ୍ରସଙ୍ଗ ନେଇ ଜନତାଙ୍କ ପାଖକୁ ଯିବା ସହ ଅଗଷ୍ଟ କ୍ରାନ୍ତି କରିବେ ବୋଲି ତେଜସ୍ବୀ କହିଛନ୍ତି ।

Leave a Reply

Your email address will not be published. Required fields are marked *