ବର୍ଷା ପାଣି ଧୋଇନେଲା ପୋଲ, ବାହ୍ୟ ଜଗତରୁ ବିଛିନ୍ନ ହେଲା ୧୦ଟି ଗାଁ

ନୂଆପଡା : ସାରା ରାଜ୍ୟରେ ପ୍ରବଳ ବର୍ଷାର ପ୍ରଭାବ ଜାରି ରହିଛି । କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରବଳ ବର୍ଷା ପାଇଁ ନୂଆପଡା ଜିଲ୍ଲାର ସୁନାବେଡା-ଗାଡିବେଡା ମଧ୍ୟରେ ଥିବା ଏକ ପୋଲ ଭାସି ଯାଇଛି । ପୋଲ ଭାସିଯିବାରୁ ବାହ୍ୟ ଜଗତରୁ ୧୦ଟି ଗାଁ ବିଛିନ୍ନ ହୋଇଛି । ସେହିପରି ଚେରେଚୁଆଁ-ଜାମଗାଁ ଘାଟିର ମୁଖ୍ୟ ରାସ୍ତାରେ ପାହାଡରୁ ମାଟି ଅତଡା ଖସିଛି । ଏହାସହ ପ୍ରବଳ ବର୍ଷା ପାଇଁ ବଡବଡ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ରାସ୍ତା ଦୀର୍ଘ ସମୟ ଯାଏଁ ସଫା ହୋଇନଥିବାରୁ ଯାତାୟତ ସମ୍ପୁର୍ଣ୍ଣ ଠପ ହୋଇଯାଇଛି । ଚାଷୀଙ୍କ ଏକର ଏକର ଫସଲ ଏବେ ବର୍ଷା ପାଣିରେ ଭାସୁଛି ।

ଅନ୍ୟ ପଟେ ଜିଲ୍ଲାରେ ଗୋଟିଏ ପୋଲ ଭାସିଯାଇଥିବା ବେଳେ ଅନ୍ୟ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ଚାରିଆଡେ ଜଳମଗ୍ନ ହୋଇଛି ।

Leave a Reply

Your email address will not be published. Required fields are marked *