ଧନ୍‌ତେରସ୍‌ରେ ରେକର୍ଡ୍‌ ବ୍ୟବସାୟ: ରାଜ୍ୟରେ ହେଲା ୨୫୦ କୋଟି ଟଙ୍କାର ଅଳଙ୍କାର ବିକ୍ରି

Oplus_131072

ଭୁବନେଶ୍ବର: ସୁନା ଓ ରୁପା ଦର ବୃଦ୍ଧି ହେତୁ ଏବେବେଳେ ଧନ୍‌ତେରସ୍‌ରେ ଅଳଙ୍କାର ବ୍ୟବସାୟ ମାନଦଣ୍ଡ ହ୍ରାସ ପାଇବ ବୋଲି ଆଶଙ୍କା ରହିଥିଲା। କିନ୍ତୁ ଶନିବାର ଧନ୍‌ତେରସ୍‌ ଦିନେ ଉତ୍ସାହ ଓ ଖରିଦାରିର ଉମଙ୍ଗ ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି।ରାଜଧାନୀ ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ୱର ଓ କୋରାପୁଟ ସହ ସମସ୍ତ ଜିଲ୍ଲାର ଅଳଙ୍କାର ଦୋକାନଗୁଡ଼ିକରେ ଖରିଦାରମାନେ ଭିଡ଼ ଲଗାଇଥିଲେ। ଦୀପାବଳି ପୂର୍ବ ସନ୍ଧ୍ୟାରେ ଲୋକେ ସୁନା, ରୁପା ଓ ହୀରା ଅଳଙ୍କାର ଖରିଦି କରିଥିବାରୁ ବ୍ୟବସାୟୀମାନେ ଖୁସି ହୋଇଛନ୍ତି।ସୂତ୍ର ଅନୁସାରେ, ଏହି ବର୍ଷ ଧନ୍‌ତେରସ୍‌ରେ ରାଜ୍ୟର ଅଳଙ୍କାର ବ୍ୟବସାୟ ୨୫୦ କୋଟି ଟଙ୍କା ଅତିକ୍ରମ କରିଛି। ଅଳଙ୍କାର ବ୍ୟବସାୟୀମାନେ କହିଛନ୍ତି, ଦୀପାବଳିର ଅଗାମୀ ଦୁଇଦିନ ମଧ୍ୟ ବ୍ୟବସାୟ ଆଉ ଅଧିକ ଜମିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *