ସମ୍ବଲପୁର: ସମ୍ବଲପୁରରେ ପୁଣି ଚାଷୀ ଆନ୍ଦୋଳନ। ଟୋକନକୁ ନେଇ ଜିଲ୍ଲାର ୩ଟି ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଟୋକନ ସମସ୍ୟାକୁ କେନ୍ଦ୍ର କରି ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ । ରେମେଡ, ସିନ୍ଦୁରପଙ୍କ ଓ ଧମା ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଆନ୍ଦୋଳନ ଯୋଗୁ ରାସ୍ତାରେ ଶହ ଶହ ଗାଡି ଅଟକିଛି । ଜିଲ୍ଲାରେ ୬୦ ହଜାର ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିଥିବାବେଳେ ୧୯ ହଜାର ଚାଷୀଙ୍କ ଟୋକନ ଆସିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି ।
ସମ୍ବଲପୁରରେ ଚାଷୀ ଆନ୍ଦୋଳନ: ଟୋକନ ସମସ୍ୟାକୁ ନେଇ ରାଜରାସ୍ତା ଅବରୋଧ କଲେ ଚାଷୀ
