ଭାଇଚାରା ପାଇଁ ପ୍ରାୟଶ୍ଚିତ ଓ ସଂକଳ୍ପ ସତ୍ୟାଗ୍ରହ

କଟକ : ଭାଇଚାରାର ସହର କଟକରେ ବିଗତ ଦିନର ଅଶାନ୍ତିକୁ ନେଇ କଟକ ଶାନ୍ତି ସଦଭାବନା ସମିତି ପକ୍ଷରୁ କଟକ ବାଖରାବାଦ ସ୍ଥିତ ଗାନ୍ଧୀ ଭବନ ପରିସରରେ ଭାଇଚାରା ପାଇଁ ପ୍ରାୟଶ୍ଚିତ ଓ ସଂକଳ୍ପ ସତ୍ୟାଗ୍ରହ ଆୟୋଜିତ ହୋଇଥିଲା।ବିଶିଷ୍ଟ ଗାନ୍ଧୀବାଦୀ ନେତା ଡଃ ବିଶ୍ୱଜିତଙ୍କ ସଂଯୋଜନାରେ ହୋଇଥିବା ଏହି ସତ୍ୟାଗ୍ରହରେ ଶତାଧିକ ନାଗରିକ, ସାମାଜିକ କର୍ମୀ, ରାଜନୈତିକ କର୍ମୀ, ବୁଦ୍ଧିଜୀବୀ, ସାମ୍ବାଦିକ ଅଂଶଗ୍ରହଣ କରି ସମ୍ପ୍ରିତି ଓ ଶାନ୍ତି ପାଇଁ ଦୃଢ଼ ସଂକଳ୍ପ ନେବା ସହ ହଜାରେ ବର୍ଷର ଭାଇଚାରାର ସହର କଟକରେ ଭବିଷ୍ୟତରେ ଯେକୌଣସି ବିଭେଦ, ଅଶାନ୍ତି ଓ ହିଂସାକୁ ସମସ୍ତେ ମିଳିତ ଭାବେ ପ୍ରତିରୋଧ କରି ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ଶାନ୍ତ ଏବଂ ସମ୍ପ୍ରୀତିମୟ କଟକ ଗଢ଼ିବାର ସଙ୍କଳ୍ପ ପାଇଁ ଶପଥ ନେଇଥିଲେ।

Leave a Reply

Your email address will not be published. Required fields are marked *