ପାଟନା: ପୁରାତନ ମେଣ୍ଟ, ଜାତିଭିତ୍ତିକ ସମୀକରଣ ଓ ରାଜନୈତିକ ଚାଲବାଜି, ବିହାର ରାଜନୀତିକୁ ସବୁବେଳେ ଚର୍ଚ୍ଚିତ କରିଥାଏ। ଏପରି ପରିସ୍ଥିତିର ଫାଇଦା ଉଠାଇ ଛୋଟ ଦଳଗୁଡିକ ନିର୍ବାଚନରେ କିଙ୍ଗମେକର ଭୂମିକା ନିର୍ବାହ କରନ୍ତି।୨୦୦୫ ବିଧାନସଭା ନିର୍ବାଚନ ପରେ ରାମବିଲାସ ପାସୱାନ ସମାନ କିଙ୍ଗମେକର ସାଜି, ତାଙ୍କର ପରୋକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ୧୫ ବର୍ଷର ଶାସନକୁ ଭଙ୍ଗ କରିଥିଲେ। ଏବେ ତାଙ୍କ ପୁଅ, ଚିରା ପିତାଙ୍କ ପଥ ଅନୁସରଣ କରି କିଙ୍ଗମେକର ଭୂମିକା ତୁଲାଇବା ପାଇଁ ଚେଷ୍ଟା କରୁଛନ୍ତି। ବିହାରରେ ସିଟ୍ ବଣ୍ଟା ଚର୍ଚ୍ଚା ତୀବ୍ର ହେଉଥିବା ବେଳେ କଣ୍ଟା ସାଜିଛନ୍ତି ଚିରାଗ । ଖୋଦ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଚିରାଗଙ୍କୁ ମନାଉଛନ୍ତି । ହେଲେ ଯାହା ଦେଖା ଯାଉଛି ସେ ଆପୋଷ ବୁଝାମଣା ନେଇ ସେ ମୁଡରେ ନାହାନ୍ତି । ୨୦୦୫ର ପରିପ୍ରେକ୍ଷୀରେ ଲାଲୁ ପ୍ରସାଦ ଯାଦବ ୧୯୯୦ ମସିହାରୁ ବିହାରରେ ଶାସନ କରୁଥିଲେ। ସେ ମୁସଲିମ-ଯାଦବ ସମୀକରଣ ଦ୍ୱାରା ପଛୁଆ ଏବଂ ସଂଖ୍ୟାଲଘୁ ଜାତିକୁ ଏକତ୍ର କରିଥିଲେ। ତଥାପି, ଦୁର୍ନୀତି ଅଭିଯୋଗ ଏବଂ ଜଙ୍ଗଲ ରାଜ ଭଳି କଳାକାରନାମା ଯୋଗୁଁ ତାଙ୍କ ସରକାରକୁ ଦୁର୍ବଳ ହୋଇଥିଲା। ୨୦୦୫ ନିର୍ବାଚନରେ କୌଣସି ପକ୍ଷ ବହୁମତ ନଥିଲା। ଏନଡିଏ (ବିଜେପି-ଜେଡିୟୁ) ୮୮ ଆସନ, ଆରଜେଡି-କଂଗ୍ରେସ ୫୬ ଆସନ ଜିତିଥିଲେ, ଯେତେବେଳେ ଏଲଜେପିକୁ ୨୯ ଆସନ ପାଇଥିଲା।ରାମବିଲାସ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲଜେପିକୁ) ,କିଙ୍ଗମେକର ହେବାର ସୁଯୋଗ ମିଳିଥିଲା, ଯାହା ଲାଲୁଙ୍କ ସରକାରର ଅବସାନ ଘଟାଇଥିଲା। ନିର୍ବାଚନରେ ରାମବିଲାସ ପାସୱାନ ଲାଲୁଙ୍କୁ ସମର୍ଥନ କରିବାକୁ ମନା କରିଦେଇଥିଲେ। ସେ ସର୍ତ୍ତ ରଖିଥିଲେ ଯେ ଜଣେ ମୁସଲମାନ ମୁଖ୍ୟମନ୍ତ୍ରୀ ହେବେ ନଚେତ୍ ସରକାର ଗଠନ ହେବ ନାହିଁ।ଲାଲୁ ଜଣେ ମୁସଲମାନ ପ୍ରାର୍ଥୀ ଅବଦୁଲ ଗଫରଙ୍କ ନାମ ପ୍ରସ୍ତାବ କରିଥିଲେ, କିନ୍ତୁ ପାସୱାନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶେଷରେ ବିଧାନସଭା ଭଙ୍ଗ ଲାଲୁଙ୍କ ଶାସନର ଅନ୍ତକୁ ନିଶ୍ଚିତ କଲା।
ଚର୍ଚ୍ଚାରେ ବିହାରରେ ସିଟ ବଣ୍ଟା, ଚିନ୍ତାରେ ବିଜେପି
Oplus_131072
