ଏସଆଇ ପରୀକ୍ଷା ସ୍କାମ୍, ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର: ଏସଆଇ ପରୀକ୍ଷା ସ୍କାମ୍ ମାମଲାରେ ଅଭିଯୁକ୍ତମାନେ ୪ଦିନିଆ ରିମାଣ୍ଡରେ ଯାଇଛନ୍ତି । ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ଅନୁମତି କ୍ରମେ ଶଙ୍କର, ସୁରେଶ ଓ ସାଗରକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ସିବିଆଇ।

ଏହି କେଳେଙ୍କାରୀରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଟଙ୍କା କାରବାର କିପରି ହୋଇଛି ଏବଂ ଏହାର ଚେର କେତେଦୂର ଲମ୍ବିଛି, ସେନେଇ ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନେଇ ପଚରାଉଚରା କରିବ ସିବିଆଇ।ପୂର୍ବ ସୂଚନା ଅନୁଯାୟୀ, ପୂର୍ବରୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଏହି ଦୁର୍ନୀତି ସହିତ ଜଡିତ ୧୨ ଜଣଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *