ଆସନ୍ତା ୩୧ରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆସନ୍ତା ଅଗଷ୍ଟ ୩୧ ପରୀକ୍ଷା ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଅଗଷ୍ଟ ୨୨ରୁ ୱେବ୍‌ସାଇଟ୍‌ରେ ଆଡ୍‌ମିଟ୍ କାର୍ଡ ଉପଲବ୍ଧ ହେବ ।ଏହି ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍‌-୧ ପରୀକ୍ଷା ହେବ। ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍‌-୨ ପରୀକ୍ଷା ହେବ ।

ସୂଚନାଥାଉକି, ଜୁଲାଇ ୨୦ରେ ହେବାକୁ ଥିବା ଏହି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କାରଣରୁ ବାତିଲ୍ ହୋଇଥିଲା ।

Leave a Reply

Your email address will not be published. Required fields are marked *