କମ୍ପାନୀ ସ୍ୱାର୍ଥରେ ପୋଲିସର ଅତ୍ୟାଚାର, ମିଥ୍ୟା ମାମଲା ବନ୍ଦ ହେଉ
ଭୁବନେଶ୍ୱର : କଳାହାଣ୍ଡି ଓ ରାୟଗଡ଼ା ପୋଲିସ ପ୍ରଶାସନ ବେଦାନ୍ତ କମ୍ପାନୀ ପାଇଁ ଜବରଦସ୍ତ ଖଣିଖନନ କରିବାକୁ ସିଜିମାଳି ଅଞ୍ଚଳର ଗ୍ରାମବାସୀଙ୍କ ଉପରେ ମିଥ୍ୟା ମାମଲା ରୁଜୁ କରି ଗିରଫ କରିଛି ଓ ମିଥ୍ୟା କାହାଣୀ ତିଆରି କରି ହତ୍ୟା ଉଦ୍ୟମ ପରି ସାଂଘାତିକ ମିଥ୍ୟା ଅଭିଯୋଗରେ ଜେଲରେ ରଖୁଛି। ଏପରିକି ପୋଲିସ ଥାନାରେ ମାଡ଼ ମରାଯାଉଛି। ଗତ ନଭେମ୍ବର ୨୮ ରେ କାଶିପୁର ବ୍ଲକର ବନ୍ତେଜିର ବୁଲାବିକାଲି ଲାବଣ୍ୟ ନାୟକଙ୍କୁ ହାଟ ବଜାରରୁ ପୋଲିସ ଉଠାଇ ନେଇଛି ଓ ସେ ବିକୁଥିବା ସାମଗ୍ରୀଗୁଡ଼ିକୁ ନଷ୍ଟ କରି କେଉଁଠି ଫୋପାଡି ଦେଉଛି। ଏପରିକି ସେ ବିକ୍ରୀ କରି ପାଇଥିବା ଟଙ୍କା କୁଆଡେ ଗଲା ବୋଲି ଆତଙ୍କରେ ଥିବା ଲାବଣ୍ୟଙ୍କ ପତ୍ନୀ ଚିନ୍ତାରେ ଅଛନ୍ତି। ବିନା କାରଣ ଓ ଶ୍ୟାମ କୌଣସି ଅପରାଧ କରିନଥିବା ବେଳେ ଏପରି ଅତ୍ୟାଚାର କେବଳ ଅଞ୍ଚଳରେ ଗାଁ ଗାଁ ରେ ଆତଙ୍କ ସୃଷ୍ଟି କରିବାକୁ ପୋଲିସର ହୀନ ଉଦ୍ୟମ ବନ୍ଦ କରିବାକୁ ରାଜ୍ୟର ଗଣ ସଙ୍ଗଠନ ଓ ରାଜନୈତିକ ଦଳର ନେତାମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରେସ ବିବୃତି ଜରିଆରେ ନିବେଦନ କରିଛନ୍ତି ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ତଥା ବିଶିଷ୍ଟ ପରିବେଶବିତ୍
ସେ ପୁଣି ଅଭିଯୋଗ କରିଛନ୍ତି ଯେ, ଏକ ସପ୍ତାହ ପୂର୍ବେ ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କାର୍ଯକ୍ରମର କିଛି ଦିନ ପରେ ଆନ୍ଦୋଳନ ନେତା କାର୍ତ୍ତିକ ନାୟକଙ୍କୁ ପୋଲିସ ପୁଣି ମିଥ୍ୟା ଅଭିଯୋଗରେ ଗିରଫ କରି ଜେଲରେ ରଖିଛି। ସେ ଗତ ୪ ମାସ ତଳେ ଜିଲ୍ଲାରେ ୬ ମାସରୁ ଅଧିକ ଦିନ ମିଥ୍ୟା ମାମଲାରେ ଜେଲରେ ରହି ଜାମିନରେ ଖଲାସ ହୋଇ ଆସିଥିଲେ। ସେହିପରି ବିଶ୍ଵ ଆଦିବାସୀ ଦିବସ ପାଳନ କରିଥିବାରୁ ୪ ଜଣଙ୍କୁ ଜେଲରେ ରଖାଯାଇଛି ତା ମଧ୍ୟରୁ ନାରଙ୍ଗିଦେଇ ମାଝୀ ନିଜ ବୋହୂକୁ ନେଇ ହସ୍ପିଟାଲ ଯାଉଥିବା ବେଳେ ହସ୍ପିଟାଲ ଗେଟରୁ ପୋଲିସ ନେଇ ଜେଲରେ ରଖୁଛି। ଏଭଳି ପୋଲିସ ଦମନ ଓ ଅତ୍ୟାଚାର ବିରୋଧରେ ପୋଲିସ ମହାନିର୍ଦ୍ଦେଶକ ଦୃଢ଼ ପଦକ୍ଷେପ ନେବାକୁ ଦାବୀ କରିବା ସହ ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ଦଳିତଙ୍କୁ ନ୍ୟାୟ ଦେବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ତଥା ବିରୋଧୀ ଦଳଗୁଡ଼ିକର ନେତା, ବିଧାୟକମାନେ ତଥ୍ୟ ଅନୁସନ୍ଧାନ କରିବାକୁ ଲୋକଙ୍କ ପାଖକୁ ଆସିବାକୁ ନିବେଦନ କରୁଛି ବୋଲି ସେ ଶ୍ରୀ ସାମନ୍ତରା ନିଜ ବିବୃତି ମାଧ୍ୟମରେ ଦାବୀ କରୁଛନ୍ତି।
