ରାଜଗାଙ୍ଗପୁର : ରାଜଗାଙ୍ଗପୁର ଲାଞ୍ଜିବେରନାର ଛାତ୍ରୀ ନିଆଁରେ ପୋଡ଼ି ହୋଇ ଗୁରୁତର ହେବା ଘଟଣା ଚିକିତ୍ସିତ ହେଉଥିବା ବେଳେ ଛାତ୍ରୀ ଜଣଙ୍କର ଆଜି ମୃତ୍ୟୁ ଘଟିଛି।ପୋଡିଯିବା ପରେ ରାଉରକେଲା IGHରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ସୂଚନାଯେଗ୍ୟ କିଛିଦିନ ପୂର୍ବେ ନିଜ ଶରୀରରେ କିରୋସିନ ଢାଳି ନିଜକୁ ଜାଳି ଦେଇଥିଲେ ନାବାଳିକା ଛାତ୍ରୀ। ଶରୀରର ୯୦% ପୋଡ଼ି ଯାଇଥିଲ। ଗତ କାଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। ଆବଶ୍ୟକ ପଡିଲେ ଏୟାରଲିଫ୍ଟ କରାଯିବ ବୋଲି କହିଥିଲେ। କିନ୍ତୁ ଆଜି ଛାତ୍ରୀ ଜଣଙ୍କର ମୃତ୍ୟୁ ହେଇଛି।
ନିଆଁରେ ପୋଡ଼ି ଗୁରୁତର ଛାତ୍ରୀଙ୍କ ମୃତ୍ୟୁ
