ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ଲୋକସେବା ଭବନରେ ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ ସାକ୍ଷାତ କରିଛନ୍ତି । ପାରସ୍ପରିକ ସହଯୋଗ, ଶିଳ୍ପୋଦ୍ୟୋଗ ଗତିବିଧିର ସଂପ୍ରସାରଣ ଏବଂ ରାଜ୍ୟରେ ଷ୍ଟିଲ ଶିଳ୍ପର ଅଭିବୃଦ୍ଧି ସହ ଆଇରନ ଓର ଉପରେ ଆଲୋଚନା ହୋଇଥିବା ଜଣାପଡିଛି ।
ଏହା ସହ ଓଡ଼ିଶାରେ ନୂତନ ଶିଳ୍ପ ପାଇଁ ସମ୍ଭାବନା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଟାଟା ଷ୍ଟିଲ ଏମଡି ଟିଭି ନରେନ୍ଦ୍ରନ । ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।
୨୦୧୬ ମସିହାରୁ ଓଡ଼ିଶାର ଯାଜପୁର କଳିଙ୍ଗନଗର ଠାରେ ଟାଟା ଷ୍ଟିଲର ଦୁଇଟି ବୃହତ ପ୍ରକଳ୍ପ କାର୍ଯ୍ୟ କରୁଛି । ପ୍ରଥମେ ଏହାର ବାର୍ଷିକ ଉତ୍ପାଦନ କ୍ଷମତା ୩ ମିଲିୟନ ଟନ ରହିଥିଲା । ପରେ ଦ୍ଵିତୀୟ ପର୍ଯ୍ୟାୟରେ ସଂପ୍ରସାରଣ ଚଳିତ ବର୍ଷ ମେ ମାସରୁ ଆରମ୍ଭ ହୋଇଛି । ସଂପ୍ରସାରିତ ପ୍ଲାଣ୍ଟରୁ ବାର୍ଷିକ ୮ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ
