ପ୍ରସ୍ତୁତ ହେଲାଣି ବାରବାଟି, ୯ ରେ ହେବ କଡ଼ା ମୁକାବିଲା

କଟକ : ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତିକ କ୍ରିକେଟ ମ୍ୟାଚ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ବେଣ୍ଟି ମ୍ୟାଚ ହେବ। ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେଇଗଲାଣି। ମ୍ୟାଚ କୁ ମାତ୍ର ୧୯ ଦିନ ଥିବାରୁ ପିଚ ଓ ପଡିଆର ପ୍ରସ୍ତୁତିରେ ଲାଗିଛନ୍ତି ଗ୍ରାଉଣ୍ଡ ଷ୍ଟାପ ଓ କ୍ୟୁରେଟର ମାନେ । ମର୍ଡର୍ଣ୍ଣ ଗ୍ରାସ କଟର ସାହାର୍ଯ୍ୟରେ ପଡିଆର ଗ୍ରାସ କଟିଂ କରାଯାଇ ଏହାକୁ ଚେସ ବୋର୍ଡ ସେଫ୍ ଦିଆ ଯାଉଛି। ପିଚରେ ପାଣି ଓ ରୋଲିଂ କାମ ମଧ୍ଯ ଚାଲିଛି। ଅନ୍ଯ ପକ୍ଷରେ ଗ୍ୟାଲେରୀ ମରାମତି ଓ ରଙ୍ଗକାମ ମଧ୍ଯ ଜୋରସୋରରେ ଚାଲିଛି। ଆସନ୍ତା ୧ ତାରିଖରୁ ଅନଲାଇନ ଟିକେଟ ବିକ୍ରି କରିବ ଓସିଏ ବୋଲି ଜଣାପଡିଛି। ୩ ଓ ୪ ତାରିଖରେ ଅନୁବନ୍ଧିତ ସଂଘ, ସ୍କୁଲ ଓ କଲେଜ ପାଇଁ ଅଫ ଲାଇନରେ ଟିକେଟ ବିକ୍ରି ହେବ । ପରେ ୫ ତାରିଖରେ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ।

Leave a Reply

Your email address will not be published. Required fields are marked *