ବର୍ତ୍ତମାନ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି

ଭୁବନେଶ୍ବର: ରାଜ୍ୟରେ ଏବେ ଲଘୁଚାପ କାରଣରୁ ପ୍ରବଳ ବର୍ଷା ଲାଗି ରହିଛି । ଏହି କାରଣରୁ ଅନେକ ନଦୀରେ ଜଳସ୍ତର ବଢିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉନାହିଁ । ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।ସର୍ବୋଚ୍ଚ ଯନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେହେତୁ ଜଳସ୍ତର ବଢୁଛି, ମହାନଦୀର ଶାଖା କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରଟପଳା ପାଇଁ ସତର୍କତା ରହିଛି । ସେହିଭଳି ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି, ହେଲେ ବିପଦ ସଂକେତ ତଳେ ଅଛି ।ଗତକାଲି ୪୯ ବ୍ଲକ ହେଡ଼ କ୍ଵାଟରରେ ୫୦ ଏମଏମ ଓ କାଲିମେଳା ବ୍ଲକରେ ୧୦୦ ଏମଏମ ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ ପଶ୍ଚିମରେ କଳାହାଣ୍ଡିରେ ରେଡ ଓ୍ବାର୍ଣ୍ଣିଂ ଥିଲା । ବର୍ଷା ଯୋଗୁଁ ଜଳସ୍ତର ବଢୁଛି ହେଲେ ବିପଦ ସଂକେତ ଉପରେ ନାହିଁ ।ହୀରାକୁଦର ସର୍ବୋଚ୍ଚସ୍ତର ୬୩୦ ଫୁଟ ରହିଛି ଏବେ ୬୨୭. ୮୫ ଫୁଟ ପାଣି ଅଛି । ୧୬ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତାଳମୁଣ୍ଡ ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଇଛି ଆଉ ୬ଟି ଗେଟ ବନ୍ଦ ହେବ । ମୁଣ୍ଡଳୀରେ ୫ .୯୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଇଏମଡିର ପୂର୍ବାନୁମାନରେ ଆଗାମୀ ଦିନରେ ବର୍ଷା ସମ୍ଭାବନା ନାହିଁ ।

Leave a Reply

Your email address will not be published. Required fields are marked *