ପୁଣି ଥରେ ଭାରତକୁ ଟାର୍ଗେଟ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଶୁଳ୍କ ବିବାଦ ଏବଂ ଭାରତ ବିଷୟରେ ବାରମ୍ବାର ବିବାଦୀୟ ବୟାନ ପରେ, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଏବେ ନିମ୍ନ ସ୍ତରରେ ପହଞ୍ଚିଛି । ଭାରତ ଉପରେ ୫୦% ଶୁଳ୍କ ଲଗାଇବା ସହିତ ଭାରତକୁ କଡା ସମାଲୋଚନା ମଧ୍ଯ କରିଥିଲେ । ବର୍ତ୍ତମାନ ଚୀନ ଗସ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟାବର୍ତ୍ତନ କରିବା ପରେ ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶୁଳ୍କକୁ ରକ୍ଷା କରିବା ସହିତ ଭାରତ ବିଷୟରେ ଆଉ ଏକ ବୟାନ ଦେଇଛନ୍ତି। ଭାରତ ସହିତ ଆମେରିକାର ସମ୍ପର୍କ ସର୍ବଦା ଭଲ ରହିଛି, କିନ୍ତୁ ଭାରତ ଆମ ଉପରେ ବହୁତ ଉଚ୍ଚ ଶୁଳ୍କ ଲାଗୁ କରିଆସୁଛି, ଯାହା ବିଶ୍ୱରେ ସର୍ବାଧିକ ଥିଲା। ସେଥିପାଇଁ ଆମେ ସେମାନଙ୍କ ସହିତ ପ୍ରାୟ କୌଣସି ବାଣିଜ୍ୟ କରୁନାହୁଁ ବୋଲି ଟ୍ରମ୍ପ କହିଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଦାବି କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଅନେକ ଦଶନ୍ଧି ଧରି ସମ୍ପୂର୍ଣ୍ଣ ଏକପାଖିଆ ଥିଲା। ଭାରତ ଆମ ଉପରେ ବହୁତ ଉଚ୍ଚ ଶୁଳ୍କ ଲାଗୁ କରୁଥିଲା। ଏହା ବିଶ୍ୱରେ ସର୍ବାଧିକ ଥିଲା, ଏବଂ ତେଣୁ ଆମେ ଭାରତ ସହିତ ବାଣିଜ୍ୟ କରୁନାହୁଁ।

Leave a Reply

Your email address will not be published. Required fields are marked *