କଟକ: କଟକ ଅବକାରୀ ବିଭାଗ ବଡ଼ ଅଭିଯାନରେ ଦୁଇ ନିଶା ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି। କିଶନନଗର ଥାନା ଅଧୀନସ୍ଥ ବିରିବାଟି ଅଞ୍ଚଳରେ ଅଭିଯୁକ୍ତମାନେ ବ୍ରାଉନ୍ ସୁଗାର ବିକ୍ରି କରୁଥିବା ବେଳେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଚଢ଼ାଉ କରି ସେମାନଙ୍କୁ ବାନ୍ଧିଥିଲା।ଅଭିଯୁକ୍ତ ଦୁଇଜଣ ହେଲେ— କିଶନନଗର ଥାନା ଅଧୀନ ବରଦା ଗାଁର ଜଗନ୍ନାଥ ଦାସ ଓ ମଧୁପାଟଣା ଥାନା ଅଧୀନ ରାଜେନ୍ଦ୍ରନଗରର ରୌନକ ଦୁବେ। ଅଭିଯାନ ସମୟରେ ସେମାନଙ୍କ ପାଖରୁ ପ୍ରାୟ ୧୭ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାର ଜବତ ହୋଇଛି।ଅବକାରୀ ବିଭାଗ ସୂଚନା ଦେଇଛି ଯେ, ଅଭିଯୁକ୍ତମାନେ ଦୀର୍ଘଦିନ ଧରି ନିଶା ଚୋରାଚାଳ ଜାଲରେ ଜଡିତ ଥିଲେ। ଗିରଫ ପରେ ସେମାନଙ୍କୁ ଆଦାଲତକୁ ପ୍ରେରଣ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।
୧୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ସହ ୨ ନିଶା ମାଫିଆ ଗିରଫ
Oplus_131072
