ଅଦିନିଆ ପରିବା ଦରବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି

କଟକ : ଏବେ ଶୀତ ଋତୁ ଚାଲିଛି। ଶୀତ ଋତୁ ରେ ଫଳ, ପରିବା, ସବୁ ଭଲ ମିଳେ। ଶସ୍ତା ରେ ମଧ୍ୟ ମିଳେ। ସେଥିପାଇଁ ସମସ୍ତେ ଶୀତ ଋତୁ କୁ ଚାହିଁ ରହିଥାନ୍ତି। ଚଳିତ ବର୍ଷ କିନ୍ତୁ କାର୍ତିକ ଯାଇ ମାର୍ଗଶିର ଯିବାକୁ ବସିଲାଣି ପରିବା ଦର କମିବାର ନାଁ ଧରୁନି। ପ୍ରାୟ ସମସ୍ତ ପରିବା ଦର 40 ଟଙ୍କା ରହିଛି। ଯାହାକୁ ନେଇ ସାଧାରଣ ଗ୍ରାହକ ନିତିଦିନିଆ ଜୀବନ ରେ ହନ୍ତସନ୍ତ ହେଉଛନ୍ତି। ଶୀତ ବିଳମ୍ବରେ ଆସିବା ଏବଂ ଲଘୁଚାପ ବର୍ଷା ଯୋଗୁଁ ସ୍ଥାନୀୟ ପରିବା ଉତ୍ପାଦନରେ ହ୍ରାସ ପାଇଥିଲା । ଫଳରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା ସେଥିପାଇଁ ଦର କମୁନି। ଏବେ ଧୀରେ ଧୀରେ ଅମଳ ହେଲାଣି ଦର କମିବ ବେଲି ବେପାରୀ ମାନେ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *