ଭିଜିଲାନ୍ସ ସ୍କାନରରେ ସିନିୟର ଆସିଷ୍ଟାଣ୍ଟ

କଟକ: କଟକ ଚୌଦ୍ବାର ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ ଜଣିଆ ଟିମ୍‌ର ଚଢାଉ ଚାଲି‌ଛି । ୧.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଚଢ଼ାଉ କରିଛି ।
ପ୍ରଧାନିଆ ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ସାହାଣୀଙ୍କ ଜୋବ୍ରା ନୂଆସାହି, କଟକସ୍ଥିତ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ ପୋଲଟ୍ରି ଫାର୍ମ, ସିଡିଏମଓ ଅଫିସ, କଟକ ସ୍ଥିତ ତାଙ୍କ ଅଫିସ ରୁମ୍, ତୁଳସୀପୁର, କଟକ ସ୍ଥିତ ଶ୍ୱଶୁର ଘର, କିଶୋରନଗର, କଟକ ସ୍ଥିତ ପୈତୃକ ଘରେ ତଲାସୀ ଜାରି ରହିଛି । କଟକ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ଭିଜିଲାନ୍ସର ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ କଟକ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରୁଛି ।

Leave a Reply

Your email address will not be published. Required fields are marked *