ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ବନ୍ୟା ପରିସ୍ଥିତି

ଯାଜପୁର: ଲଗାଣ ବର୍ଷା ଯୋଗୁ ବଢୁଛି ବୈତରଣୀ ଜଳସ୍ତର । ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ତୃତୀୟ ବନ୍ୟା ଆସିଛି । ଯାଜପୁର ଦଶରଥପୁର ବ୍ଲକ ମଲ୍ଲିକାପୁର ପଞ୍ଚାୟତ ମୁସଲିମ ବସ୍ତି ନିକଟରେ ଘାଇ ସୃଷ୍ଟି ହୋଇଛି । ବୈତରଣୀର ଶାଖା ନଦୀ କାଣୀନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।
ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ମି ଥିବା ବେଳେ ବର୍ତ୍ତମାନ ୧୮.୮୪ମିରେ ବନ୍ୟାଜଳ ପ୍ରବାହିତ ହେଉଛି । ବଲ୍ଲଭୀଘାଟରେ ବିପଦ ସଂକେତ ୧୩.୩୪ ମି ଥିବାବେଳେ ୧୩.୯୫ମି ରେ ବନ୍ୟା ଜଳ ପ୍ରବାହିତ ହେଉଛି । ଦଶରଥପୁରରେ ବିପଦ ସଂକେତ ୯.୫୨ମି ଥିବାବେଳେ, ବର୍ତ୍ତମାନ ୧୨.୨୧ମିରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ଜଳ ପ୍ରଭାବରେ ବୈତରଣୀ ଶାଖା ନଦୀ କାଣୀ ନଦୀ ଦକ୍ଷିଣ ପାର୍ଶ୍ଵବନ୍ଧର ମଲ୍ଲିକାପୁର ପଞ୍ଚାୟତ ଏକ ନମ୍ବର ୱାର୍ଡ ମୁସଲିମ ସହିରେ ବିଳମ୍ବିତ ରାତ୍ରରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ହେବା ଫଳରେ ୧୦ଟି ପଞ୍ଚାୟତର ୨୫ଉର୍ଦ୍ଧ୍ବ ଗାଁରେ ବନ୍ୟାଜଳ ପ୍ରଵେଶ କରିଛି । ଜଳସ୍ତର ବଢୁଥିବାରୁ ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି । ଯାଜପୁର ବିଧାୟିକା ସୁଜାତା ସାହୁ, ବିଜେଡି ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୌତମ ରାୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ତତ୍ପରତା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *