ନିର୍ବାଚନ ‘ବୟକଟ୍’ କଥା କାହିଁକି କହୁଛନ୍ତି ତେଜସ୍ବୀ ?

ନୂଆଦିଲ୍ଲୀ: ବିହାରରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିହାରରେ ଭୋଟର ତାଲିକା ସଂଶୋଧନ କୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ତେଜସ୍ବୀ। ଜସ୍ବୀଙ୍କ ଏପରି ବୟାନ ଦେଇ ବିରୋଧୀ ଏକତା ମଜବୁତ କରିବା ସହ ନିର୍ବାଚନ କମିଶନଙ୍କ ଭୋଟର ତାଲିକା ସଂଶୋଧନ ଉପରେ ପ୍ରଶ୍ନ ଉଠାଇବାକୁ ଉଦ୍ୟମ କରିଛନ୍ତି । ଗଣତନ୍ତ୍ରରେ ନିରପେକ୍ଷତା ନେଇ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ତେଜସ୍ବୀ । ସେପଟେ ତେଜସ୍ବୀଙ୍କ ନିର୍ବାଚନ ବହିଷ୍କାର ବୟାନକୁ ଚାପ ରଣନୀତି କହିବା ସହ ସବୁ ବିକଳ୍ପ ଖୋଲାଥିବା କଂଗ୍ରେସ କହିଛି ।

ଭୋଟର ତାଲିକା ସଂଶୋଧନକୁ ବିହାରରେ ବଡ଼ ପ୍ରସଙ୍ଗ କରିଛନ୍ତି ବିରୋଧୀ। ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ବା ଏସଆଇଆରକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ତେଜସ୍ବୀ। ଭୋଟର ସରକାର ବାଛିବେନି ବରଂ ସରକାର ଭୋଟର ବାଛୁଛନ୍ତି। ଅନ୍ୟ ବିରୋଧୀ ଦଳ ଓ ଜନତା ସହମତ ହେଲେ ନିର୍ବାଚନ ବହିଷ୍କାର କରିବା ନେଇ ଚିନ୍ତା କରାଯାଇପାରିବ ବୋଲି ସେ କହିଛନ୍ତି। ନିରପେକ୍ଷ ଭାବେ ଯଦି ନିର୍ବାଚନ କରାଯିବନି ତେବେ କାହିଁକି ନିର୍ବାଚନ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ନିର୍ବାଚନ ବହିଷ୍କାର ପ୍ରସଙ୍ଗ ମହାଗଠବନ୍ଧନକୁ କେତେ ଫାଇଦା ଦେବ ?

Leave a Reply

Your email address will not be published. Required fields are marked *