ଆରମ୍ଭ ହେଲା ରଥଭଙ୍ଗା କାମ

ପୁରୀ: ପରମ୍ପରା ଅନୁଯାୟୀ ପୁରୀରେ ଆଜିଠୁ ରଥଭଙ୍ଗା କାମ ଆରମ୍ଭ ହେଇଛି । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ରଥଭଙ୍ଗା ଚାଲିଛି । ପ୍ରଥମେ ଦେବଦଳନ ରଥର କାଠ ଭଙ୍ଗାଚାଲିଥିବାବେଳେ, ପରେ ତାଳଧ୍ୱଜ ରଥ ଭଙ୍ଗାଯିବ । ଏହା ପରେ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି ।

ଏହା ପରେ ପ୍ରତିବର୍ଷ ପରି ଚଳିତ ଥର ବର୍ଷ ଶ୍ରୀଜିଉଙ୍କ ତିନି ରଥର ଚକ, ପ୍ରଭା, ଦ୍ୱାର ବେଢା, କୋଣଗୁଜ ନିଲାମ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ନିଲାମ କରାଯିବ । କୋଠଭୋଗ ପ୍ରସ୍ତୁତିରେ ଟୁକୁରା କାଠ ବ୍ୟବହାର ହେବ ।

Leave a Reply

Your email address will not be published. Required fields are marked *