ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଅଧିବେଶନ ୨୫ ତାରିଖ ଯାଏଁ ଚାଲିବ। ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତାକାଲିଠାରୁ ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।ଏହାସହ ଯେକୌଣସି ପରିସ୍ଥିତର ମୁକାବିଲା କରିବା ନିମନ୍ତେ ସଦାସର୍ବଦା ସତର୍କ ଓ ସଜାଗ ରହିବାକୁ ନିୟୋଜିତ ହୋଇଥିବା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ଏଥର ସରଗରମ ରହିବ ପୁରା ଅଧିବେଶନ। ବିଧାନସଭା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ପୁଲିସ୍ କମିଶନରଙ୍କ ସହ ଡିଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ଆଇନଶୃଙ୍ଖଳା ଡିଜି ଉପସ୍ଥିତ ରହି ସୁରକ୍ଷା ଯାଞ୍ଚ କରିଥିଲେ। ବିଶେଷ କରି ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯାଇଛି ।
ଆସନ୍ତାକାଲିଠାରୁ ଆରମ୍ଭ ହେବ ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ
