୧୧ ବରିଷ୍ଠ ବିଜେଡି ନେତାଙ୍କୁ ସାଂଗଠନିକ ଦାୟିତ୍ବ, ଚିରଞ୍ଜିବ ବିଶ୍ବାଳ ଉପସଭାପତି

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଦଳର ରାଜ୍ୟ ପଦାଧିକାରୀ ଭାବରେ ଆଉ ୧୧ ଜଣ ନେତାଙ୍କୁ ନିଯୁକ୍ତ କରିଛି।
ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡା ଉପନିର୍ବାଚନ ପୂର୍ବରୁ ଏହି ନିଯୁକ୍ତି ହୋଇଛି। ଆଗାମୀ ନିର୍ବାଚନକୁ ନଜରରେ ରଖି ଦଳର ଆଭ୍ୟନ୍ତରୀଣ ଗଠନ ଏବଂ ତୃଣମୂଳ ସ୍ତରର ନେଟୱର୍କକୁ ମଜବୁତ କରିବାର ପ୍ରୟାସ ଭାବରେ ଏହାକୁ ଦେଖାଯାଉଛି। କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁଯାୟୀ, ଚିରଞ୍ଜିବ ବିଶ୍ୱାଳଙ୍କୁ ଉପାଧ୍ୟକ୍ଷ, ପୁଷ୍ପେନ୍ଦ୍ର ସିଂହ ଦେଓ ଏବଂ ଗଣେଶ୍ୱର ବେହେରାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି। ସେହିପରି ଲମ୍ବୋଦର ନିଆଲ, ଅଳକା ମହାନ୍ତି, ଇରାନୀ ରାୟ, ସୁଧୀର ଦାସ ଏବଂ ମନୋଜ ମିଶ୍ର ସାଧାରଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବେ। ରାଜେଶ ନିଗମ, ସନ୍ତୋଷ ପଟ୍ଟନାୟକ ଏବଂ ରାଜୁ ଘିବେଲାଙ୍କୁ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି।
୨୦୨୪ ନିର୍ବାଚନ ପୂର୍ବରୁ ଚିରଞ୍ଜିବ ଏବଂ ଗଣେଶ୍ୱର ଶଙ୍ଖ ଦଳରେ ଯୋଗ ଦେଇଥିଲେ। ଅପରପକ୍ଷରେ ଉପନିର୍ବାଚନ ପାଇଁ ଦଳର ପ୍ରଚାର ପ୍ରସାର ଲାଗି ବିଜେଡି ବରିଷ୍ଠ ନେତାମାନଙ୍କୁ ନେଇ ତିନୋଟି କମିଟି ମଧ୍ୟ ଗଠନ କରିଛି।

Leave a Reply

Your email address will not be published. Required fields are marked *