୨ ଘଣ୍ଟା ପ୍ରବଳ ବର୍ଷା ଯୋଗୁଁ ବେହାଲ୍ ରାଜଧାନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୁଧବାର ଦିନ ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହିତ ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଭୟଙ୍କର ଟ୍ରାଫିକ୍ ଜାମ୍ ହୋଇଥିଲା। ପାଣି ଜମି ରହିଥିବା ରାସ୍ତାଗୁଡ଼ିକରେ ଯାତାୟାତ ଅଧିକ କଷ୍ଟକର ହୋଇପଡ଼ିଥିଲା। ଜୟଦେବ ବିହାର ଏବଂ ସିଆରପିଏଫ୍ ସ୍କୋୟାର ମଧ୍ୟରେ ଜାତୀୟ ରାଜପଥ-୧୬ ଓ ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ସ୍କୋୟାର ଏବଂ ୟୁନିଟ୍-୧ ମାର୍କେଟକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ମଧ୍ୟ ପ୍ରବଳ ଭିଡ଼ ସୃଷ୍ଟି ହୋଇଥିଲା।
ଆବାସିକ ଅଞ୍ଚଳ ଏବଂ ମାର୍କେଟଗୁଡିକ ମଧ୍ୟ ଆଂଶିକ ଭାବରେ ଜଳମଗ୍ନ ହୋଇପଡ଼ିଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଜି ଅପରାହ୍ନରେ ଭୁବନେଶ୍ୱର, ଖୋର୍ଦ୍ଧା ପାଇଁ ପ୍ରବଳ ଝଡ଼ବର୍ଷାର ସତର୍କତା ଜାରି କରିଛି। ସେହିପରି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, କନ୍ଧମାଳ ଏବଂ ବୌଦ୍ଧରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ।

Leave a Reply

Your email address will not be published. Required fields are marked *