ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବାଲେଶ୍ଵର : ପଶ୍ଚିମବଙ୍ଗ ଦୁର୍ଗାପୁରର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛ । ପଶ୍ଚିମବଙ୍ଗ ଦୁର୍ଗାପୁର ଘରୋଇ ମେଡିକାଲ କଲେଜରେ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଛାତ୍ରୀଙ୍କୁ ହସପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁସାରେ ଗତକାଲି ଛାତ୍ରୀ ଜଣଙ୍କ ରାତ୍ରୀଭୋଜନ ପାଇଁ ଯାଇଥିବା ବେଳେ କଲେଜ ବାହାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଛାତ୍ରୀ ପଶ୍ଚିମବଙ୍ଗର ଦୁର୍ଗାପୁର ମେଡିକାଲ କଲେଜରେ ପାଠ ପଢୁଥିଲେ । ଗଣଦୁଷ୍କର୍ମ ଖବର ଆସିବା ପରେ ପୀଡିତାଙ୍କ ବାପା ବୟାନ ଦେଇଛନ୍ତି।ପୀଡିତାଙ୍କ ବାପା କହିଛନ୍ତି, ମେଡିକାଲ କର୍ତ୍ତୁପକ୍ଷ ତାଙ୍କୁ ସହଯୋଗ କରୁନାହାଁନ୍ତି। ସମ୍ବେଦନଶୀଳ ଘଟଣା ହୋଇଥିଲେ ବି ଏଠାକାର ସରକାର ଚୁପ ଅଛନ୍ତି ବୋଲି ସେ କହିଛନ୍ତି । ଓଡ଼ିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା , ଏଠାକାର ସରକାର କାହିଁକି ଡରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *