ନୂଆଦିଲ୍ଲୀ: ରକାର ପ୍ରାଣୀ ସୁରକ୍ଷା ସମ୍ପର୍କରେ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଦେଶରେ ପ୍ରଥମ ଥର ପାଇଁ ପଶୁ ରକ୍ତ ସଞ୍ଚାରଣ ସେବା ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
ଜରୁରୀକାଳୀନ ପ୍ରାଣୀ ସ୍ୱାସ୍ଥ୍ୟ ସେବାରେ ଏକ ପ୍ରମୁଖ ଅଭାବକୁ ଦୂର କରିବା ପାଇଁ ଏ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତରେ ପଶୁମାନଙ୍କ ପାଇଁ ରକ୍ତ ସଞ୍ଚାରଣ ଓ ରକ୍ତଭଣ୍ଡାର ପାଇଁ ନିର୍ଦ୍ଦେଶାବଳୀ ଏବଂ ମାନକ କାର୍ଯ୍ୟ ପ୍ରଣାଳୀ ( Guidelines and Standard Operating Procedures for Blood Transfusion and Blood Banks for Animals in India) ନାମକ ଏହି ନିର୍ଦ୍ଦେଶାବଳୀ ଏକ ବୈଜ୍ଞାନିକ ଢାଞ୍ଚା ସ୍ଥାପନ କରିଛି, ଯାହା ଅଧୀନରେ ବର୍ତ୍ତମାନ ପଶୁମାନଙ୍କର ରକ୍ତଦାନ, ସଂରକ୍ଷଣ ଏବଂ ରକ୍ତ ସଞ୍ଚାରଣ ପ୍ରକ୍ରିୟା ସମାନ ଜାତୀୟ ମାନଦଣ୍ଡ ଅନୁଯାୟୀ ହେବ।
ପୂର୍ବରୁ ଏହି ପ୍ରକ୍ରିୟାଗୁଡ଼ିକ କୌଣସି ଜାତୀୟ ମାନଦଣ୍ଡ ବିନା କରାଯାଉଥିଲା।କୌଣସି ପ୍ରାଣୀର ଗମ୍ଭୀର ଆଘାତ, ରକ୍ତହୀନତା, ଅସ୍ତ୍ରୋପଚାର ସମୟରେ ଅତ୍ୟଧିକ ରକ୍ତ ହ୍ରାସ, ସଂକ୍ରମଣ କିମ୍ବା ରକ୍ତ ଜମାଟ ବାନ୍ଧିବା ସମସ୍ୟା ଥାଏ। ଏପର୍ଯ୍ୟନ୍ତ, ଭାରତରେ ପଶୁମାନଙ୍କ ରକ୍ତ ସଞ୍ଚାରଣ ପାଇଁ କୌଣସି ସ୍ଥିର ଜାତୀୟ ବ୍ୟବସ୍ଥା ନଥିଲା। ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ଦାତା ପ୍ରାଣୀକୁ କିପରି ଚୟନ କରିବେ, ରକ୍ତ ନେବେ, ଏହାକୁ ସଠିକ୍ ଭାବରେ ସଂରକ୍ଷଣ କରିବେ, ସ୍ଥାନାନ୍ତର କରିବେ ଏବଂ ଚିକିତ୍ସା ସମୟରେ ସୁରକ୍ଷା ପ୍ରତି ଯତ୍ନ ନେବେ ତାହା ବ୍ୟାଖ୍ୟା କରାଯାଇଛି। ଏହି ନିୟମଗୁଡ଼ିକ ଭାରତୀୟ ପଶୁଚିକିତ୍ସା ପରିଷଦ, ପଶୁଚିକିତ୍ସା ବିଶ୍ୱବିଦ୍ୟାଳୟ, ICAR ପ୍ରତିଷ୍ଠାନ, ରାଜ୍ୟ ସରକାର, ପଶୁ ଡାକ୍ତର ଏବଂ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ପରେ ପ୍ରସ୍ତୁତ କରାଯାଇଛି। ଏହା ସହିତ, ଭାରତର ବ୍ୟବସ୍ଥା ଏବେ ବିଶ୍ୱର ସର୍ବୋତ୍ତମ ମାନଦଣ୍ଡ ସହିତ ସମାନ ହେବ।
