ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଓଡ଼ିଶାବାସୀ ତୀବ୍ର ଅସନ୍ତୋଷର ଅଗ୍ନି ରେ ଜଳୁଥିବାବେଳେ , ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ନିଆଁ ରେ ଘିଅ ଢ଼ାଳିବା ର କାମ କରିଛି।ନିଜ ବିବାଦୀୟ ବୟାନ ରେ ସେ କହିଛନ୍ତି, ଘଟଣାଟି ରାତିରେ ଘଟିଥିଲା । ହେଲେ ରାତି ୧୨ଟା ୩୦ରେ ହଷ୍ଟେଲରୁ ଝିଅଟି କେମିତି ବାହାରକୁ ଗଲା ? ଏପରିକି ରାତିରେ ଝିଅମାନେ ବାହାରକୁ ଯିବା ଅନୁଚିତ ବୋଲି କହିଛନ୍ତି ମମତା ବାନାର୍ଜୀ । ଝିଅ ମାନେ ନିଜର ମଧ୍ୟ ଆତ୍ମରକ୍ଷା କରିବା ଦରକାର । ଘରୋଇ ମେଡିକାଲ କଲେଜ ଝିଅଙ୍କ ଦାୟିତ୍ବ ନେବା ଦରକାର । ଝିଅମାନଙ୍କୁ ରାତିରେ ବାହାରକୁ ଛାଡ଼ିବା କଥା ନୁହେଁ ବୋଲି ସଫେଇ ଦେଇଛନ୍ତି ମମତା । ଯାହାକୁ ନେଇ ଏବେ ଚାରିଆଡେ ଝଡ l ନିଜ ଦୋଷ ଲୁଚାଇବାକୁ ଯାଇ ସେ ଓଡିଶା ସରକାର କଣ ଉପରେ ଓଲଟା ଦୋଷ ଲଦି, ଓଡିଶା ସରକାରଙ୍କୁ ଓଲଟା ପ୍ରଶ୍ନ କରି ପଚାରିଛନ୍ତି, ଓଡ଼ିଶାରେ ବି ଏମିତି ଗଣଦୁଷ୍କର୍ମ ମାମଲା ହୋଇଥିଲା କିନ୍ତୁ ସେହି ମାମଲାରେ କି ଆକ୍ସନ ହୋଇଛି ବୋଲି ପ୍ରଶ୍ନ କରିଥିଲେ ଦିଦି ।ଓଡ଼ିଶା ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଆକ୍ସନ ନେଇ ମୋତେ ନୁହେଁ ବରଂ ପୋଲିସକୁ ପଚାରିବାକୁ କାଲି ରୋକଠକ୍ କହିଥିଲେ ମମତା ।
ଝିଅମାନେ ରାତିରେ ବାହାରକୁ ଯିବା ଅନୁଚିତ: ମମତା
Oplus_131072
