ଆଜିଠୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା

Oplus_131072

କଟକ: ଐତିହାସିକ ବାଲିଯାତ୍ରା କଟକ–୨୦୨୫ ଆଜିଠାରୁ ଧୂମଧାମରେ ଆରମ୍ଭ ହେବ। ପାରମ୍ପରିକ ରୀତିରେ ବୁଧବାର ଅପରାହ୍ନ ୫ଟା ୩୦ ମିନିଟ୍‌ରେ ଗଡଗଡିଆ ଘାଟରେ ମହାନଦୀ ତୀରେ ଆଳତି ଓ ବୋଇତ ବନ୍ଦାଣ ମାଧ୍ୟମରେ ଉତ୍ସବର ଶୁଭାରମ୍ଭ କରାଯିବ।ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବାଲିଯାତ୍ରା ମହୋତ୍ସବ–୨୦୨୫କୁ ଔପଚାରିକ ଭାବେ ଉଦ୍‌ଘାଟନ କରିବେ। ଉଦ୍‌ଘାଟନ ଅନୁଷ୍ଠାନରେ ଭାରତରେ ନିଯୁକ୍ତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍‌. କୃଷ୍ଣମୂର୍ତ୍ତି ବିଶେଷ ଅତିଥି ଭାବେ ଯୋଗଦେବେ।ଏହାସହିତ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ସାଂସଦ, ରାଜ୍ୟ ସଭା ସଦସ୍ୟ, କଟକ ମେୟର, ବାରବାଟୀ–କଟକ, ଚୌଦ୍ୱାର–କଟକ, କଟକ–ସଦର, ଆଠଗଡ, ସାଲେପୁର, ବାଙ୍କୀ, ମାହାଙ୍ଗା ଓ ବଡମ୍ବା ନିର୍ବାଚନମଣ୍ଡଳୀର ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ।ସେହିପରି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ କମିଶନର ଓ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ମଧ୍ୟ ଏହି ଐତିହାସିକ ଅବସରରେ ଯୋଗଦେବେ।ବାଲିଯାତ୍ରା ଏବେ ୮ ଦିନ ଧରି, ଅର୍ଥାତ୍‌ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମହୋତ୍ସବରେ ହଜାର ହଜାର ଦର୍ଶକ ଓ ପର୍ଯ୍ୟଟକଙ୍କ ଭିଡ଼ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *