ନୂଆପଡ଼ା ଉପ-ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ଘାସିରାମ ମାଝୀ

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ଘାସିରାମ। ୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ବିତୀୟ ସ୍ଥାନରେ ଥିଲେ ସେ। ଗତ ନିର୍ବାଚନ ସମୟରେ ଘାସିରାମ ୫୧ ହଜାର ଭୋଟ୍ ପାଇଥିଲେ। ନୂଆପଡ଼ାରେ ଏଥର ଘାସିରାମଙ୍କୁ ପ୍ରାର୍ଥୀ କରି ଉପ-ନିର୍ବାଚନ ବୈତରଣୀ ପାର୍ ହେବାକୁ ଅଙ୍କ କଷୁଛି କଂଗ୍ରେସ । ଆଉ ଏହାରି ଭିତରେ ଘାସିରାମ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ ନିଜର ପୁରୁଖା ନେତା ଘାସିରାମଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଏବେ ବି ବିଚାରବିମର୍ଶ ଲାଗି ରହିଛି । ଆଜି ଆଶାୟୀ ପ୍ରାର୍ଥୀଙ୍କୁ ନବୀନ ନିବାସକୁ ଡକା ହୋଇଥିବାବେଳେ, ସେଠାରେ ବିଜେଡି ନେତାଙ୍କ ସହ ଆଳୋଚନା ଚାଲିଛି । ଆଜି ସନ୍ଧ୍ୟା ସୁଦ୍ଧା ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିପାରେ ।

Leave a Reply

Your email address will not be published. Required fields are marked *