ଜେନେଭା: ସ୍ବିଜରଲ୍ୟାଣ୍ଡର ଜେନେଭାରେ ଆୟୋଜିତ ଇଣ୍ଟର-ପାର୍ଲିମେଣ୍ଟାରୀ ୟୁନିଅନ (IPU) ଫୋରମର ୧୫୧ତମ ସଭାରେ ଭାରତୀୟ ସଂସଦ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ପାକିସ୍ତାନକୁ ଦୃଢ଼ ଭାବରେ ପ୍ରତିଉତ୍ତର ଦେଇଛନ୍ତି। ପାକିସ୍ତାନ ଦ୍ୱାରା ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ ଭାରତ ବିରୋଧୀ ମିଥ୍ୟା ପ୍ରଚାର କରିବା ପରେ, ଷଡ଼ଙ୍ଗୀ ମଞ୍ଚରେ କହିଛନ୍ତି ଯେ ପାକିସ୍ତାନ ସୀମାନ୍ତରେ ଆତଙ୍କବାଦ ମାଧ୍ୟମରେ ଜମ୍ମୁ-କଶ୍ମୀରକୁ ଅସ୍ଥିର କରିବା ଚେଷ୍ଟା କରୁଛି, ଯାହା କେବେବି ଗ୍ରହଣୀୟ ନୁହେଁ।ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଓ ଅବିଚ୍ଛିନ୍ନ ଅଂଶ ଅଟେ ଏବଂ ପାକିସ୍ତାନ ଅବୈଧ ଭାବରେ ଅଧିକୃତ ଅଞ୍ଚଳ (POK) ତୁରନ୍ତ ଖାଲି କରିବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ପ୍ରଥମେ ନିଜ ଦେଶର ଅଭ୍ୟନ୍ତରୀଣ ପରିସ୍ଥିତି ସୁଧାରିବା ଉପରେ ଧ୍ୟାନ ଦେଉ, ଯେଉଁଠାରେ ଗୁରୁତର ମାନବାଧିକାର ଉଲ୍ଲଂଘନ ହେଉଛି ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ନିର୍ଯାତନାର ଶିକାର ହେଉଛନ୍ତି।ଅପରାଜିତା କହିଛନ୍ତି ଯେ ପାକିସ୍ତାନ ବାରମ୍ବାର ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥାଏ, କିନ୍ତୁ ବାସ୍ତବତା ହେଉଛି — ସେଇ ଦେଶ ନିଜେ ଆତଙ୍କବାଦର ଆଶ୍ରୟସ୍ଥଳ ହୋଇପଡ଼ିଛି। ସେ ସଚେତନ କରି କହିଛନ୍ତି, ଭାରତ ଆତଙ୍କବାଦ ବିରୋଧରେ ଯୁଦ୍ଧ ଜାରି ରଖିବ ଏବଂ ଏହାରେ କୌଣସି ସାଲିସ ହେବ ନାହିଁ।ସେ କହିଛନ୍ତି — “ଜମ୍ମୁ ଏବଂ କଶ୍ମୀର ଭାରତର ଥିଲା, ଅଛି ଏବଂ ଆଗକୁ ମଧ୍ୟ ଭାରତରେ ରହିବ। ପାକିସ୍ତାନ ଏହି ସତ୍ୟକୁ ଏବେ ଗ୍ରହଣ କରିବା ଉଚିତ।”ସେହି ସହ ଅପରାଜିତା ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ରିଭ୍ୟୁ କରିଛି କାରଣ ପାକିସ୍ତାନ ନିରନ୍ତର ଭାବରେ ସୀମାନ୍ତରେ ଆତଙ୍କବାଦକୁ ଅଖଣ୍ଡତା ଉପରେ କେବେବି ସମଝୋତା କରିବ ନାହିଁ।
ଜେନେଭା ସମ୍ମିଳନୀରେ ପାକିସ୍ତାନ ଉପରେ ବର୍ଷିଲେ ଭୁବନେଶ୍ବର ସାଂସଦ
Oplus_131072
