ନବୀନଙ୍କ ଜନ୍ମଦିନରେ ପଦଯାତ୍ରା

ଭୁବନେଶ୍ୱର: ଗୁରୁବାର ଅକ୍ଟୋବର ୧୬ ରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏଥର ବିରୋଧୀ ଦଳ ନେତା ତାଙ୍କ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି। ପ୍ରାୟ ୬ ମାସର ବ୍ୟବଧାନ ପରେ, ସେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଦଳର ପଦଯାତ୍ରାରେ ଯୋଗ ଦେଇ ଏବଂ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରିବେ ।ଭୁବନେଶ୍ଵର ଗଙ୍ଗନଗର ୱାର୍ଡ ନମ୍ବର ୫୨ ରେ ନବୀନ ଜନସମ୍ପର୍କ ପଦଯାତ୍ରା । ଏହି ଅବସରରେ ଦଳର କର୍ମୀମାନେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବେ। ଏନେଇ ଭୁବନେଶ୍ଵର ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହାସହ ଏସଓଏସ ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବେ ନବୀନ ବୋଲି ବିଜେଡି ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି।ନବୀନଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରୁଛି।

Leave a Reply

Your email address will not be published. Required fields are marked *