ନୂଆପଡ଼ା ଉପନିର୍ବାଚନ: ଆଜିଠୁ ଆରମ୍ଭ ନିର୍ବାଚନ ପ୍ରକ୍ରିୟାନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଲା । ଆଜି ପ୍ରକାଶ ପାଇବ ଅଧିକୃତ ବିଜ୍ଞପ୍ତି। ଅକ୍ଟୋବର ୨୦ ଯାଏ ନାମାଙ୍କନ ଭରିବେ ପ୍ରାର୍ଥୀମାନେ, ଯେଉଁଠାରେ ନାମାଙ୍କ ପ୍ରତ୍ୟାହାରର ସମୟସୀମା ରହିଛି ଅକ୍ଟୋବର ୨୪। ଭୋଟଗ୍ରହଣ ହେବ ନଭେମ୍ବର ୧୧ରେ ଏବଂ ଗଣନା ଫଳାଫଳ ଆସିବ ନଭେମ୍ବର ୧୪ରେ।ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ୩୫୮ ଟି ବୁଥ୍ ରହିଛି। ମୋଟ ଭୋଟର ୨,୪୮,୨୫୬ ମଧ୍ୟରୁ ୧,୨୨,୧୦୩ ପୁରୁଷ, ୧,୨୬,୧୩୨ ମହିଳା ଏବଂ ୨୧ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ ୧୫ ଅକ୍ଟୋବରରୁ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।ଉପନିର୍ବାଚନକୁ ନେଇ ରାଜ୍ୟରେ ପ୍ରମୁଖ ତିନି ଦଳ — ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଏବେ ଚାଲିଛି ରଣନୀତି ପ୍ରସ୍ତୁତି। କଂଗ୍ରେସ ଘାସୀରାମ ମାଝୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ।ଅନ୍ୟ ଦୁଇ ଦଳ ଏଯାଏଁ ତାଙ୍କର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି ।ଅନ୍ୟପଟେ, ବିଜେପିରୁ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ନିକଟରେ ଦଳରେ ଯୋଗ ଦେଇଥିବାରୁ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି। ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କର ପ୍ରାର୍ଥୀ ନାଁ ଘୋଷିତ ହୋଇନାହିଁ।ବିଜେଡି ତରଫରୁ କୌଣସି ସୂଚନା ମିଳିନାହିଁ।
ନୂଆପଡ଼ା ଉପନିର୍ବାଚନ: ଆଜିଠୁ ଆରମ୍ଭ ନିର୍ବାଚନ ପ୍ରକ୍ରିୟା
Oplus_131072
