ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ଭୟଙ୍କର ବାତ୍ୟା ସୃଷ୍ଟି ହେବାର ସଙ୍କେତ ମିଳିଛି। ଆମେରିକାର ଜୀ.ଏଫ.ଏସ (ଗ୍ଲୋବାଲ ଫୋରକାଷ୍ଟ ସୀସଷ୍ଟମ ) ମଡେଲ ଆକଳନ କରିଛି ଯେ, ଆସନ୍ତା ଦିନଗୁଡ଼ିକରେ ବଙ୍ଗୋପସାଗରରେ ଦୁଇଟି ବିଭିନ୍ନ ବାତ୍ୟା ଗଠିତ ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତି ଦେଖି ଆବହାବିଜ୍ଞାନୀମାନେ ଆଶଙ୍କା କରୁଛନ୍ତି ଯେ, ଏହା ୧୯୯୯ ମସିହାର ଭୟାବହ ମହାବାତ୍ୟାର ଇତିହାସକୁ ପୁଣି ଦୋହରାଇପାରେ।
ପାଣିପାଗ ବିଭାଗ ଅନୁସାରେ, ଆସନ୍ତା ୨୧ ଅକ୍ଟୋବର ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ଗଠିତ ହେବାର ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗକୁ ଗତି କରି ଧୀରେ ଧୀରେ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହି ବାତ୍ୟା ଶକ୍ତିଶାଳୀ ରୂପ ନେବାର ଆଶଙ୍କା ରହିଛି।
ଅକ୍ଟୋବର ମାସରେ ଲଘୁଚାପ ରୂପାନ୍ତର ହୋଇ ଅବପାତ ସୃଷ୍ଟି ହେବା ଆଶଙ୍କା ଜଣାଇ ରାଜ୍ୟର ପାଣିପାଗ ବିଭାଗ ସତର୍କତା ଜାରି କରିଛି।
