ନୂଆପଡ଼ା ଉପନିର୍ବାଚନ ପାଇଁ ତିନିଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ

Oplus_131072

ନୂଆପଡ଼ା: ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ପରିଚାଳିତ କରିବା ସହିତ ସମଗ୍ର ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ତିନି ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ହିସାବରେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ପ୍ରକାଶ ବିନ୍ଦୁ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ହିସାବରେ ଅତୁଲ ପାଣ୍ଡେ, ଭାରତୀୟ ରାଜସ ସେବା, ଏବଂ ପୋଲିସ ପର୍ଯ୍ୟବେକ୍ଷକ ହିସାବରେ ବି ଶଙ୍କର୍‌ ଜୟସ୍ବାଲ, ଭାରତୀୟ ପୋଲିସ ସେବା ନୂଆପଡାରେ ନିଜନିଜ ଦାୟିତ୍ୱରେ ଯୋଗ ଦେବେ lସୂଚନାଯୋଗ୍ୟ ଯେ, ନିର୍ବାଚନ ଆୟୋଗ ପର୍ଯ୍ୟବେକ୍ଷକମାନଙ୍କୁ ର୍ନିବାଚନ ପ୍ରକ୍ରିୟାର ସମସ୍ତ ପ୍ରକ୍ରିୟାକୁ ନିକଟରୁ ଅନୁସରଣ କରି, ସୱଚ୍ଛ, ନିରପକ୍ଷ ଓ ପାରଦର୍ଶୀ ଭାବରେ ର୍ନିବାଚନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ପର୍ଯ୍ୟବେକ୍ଷକ ମାନେ ରାଜନୈତିକ ଦଳ, ପ୍ରାର୍ଥୀ ଓ ମତଦାତାଙ୍କ ପାଇଁ ସବୁବେଳେ ଉପଲବ୍ଧ ରହି, ତାଙ୍କ ଅଭିଯୋଗ ଓ ଅସୁବିଧାଗୁଡିକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସେମାନେ ମତଦାନ କେନ୍ଦ୍ରଗୁଡ଼ିକୁ ଭ୍ରମଣ କରି, ଆୟୋଗ ଦ୍ୱାରା ନିକଟରେ ନିଆଯାଇଥିବା ପଦକ୍ଷେପମାନଙ୍କ ସଠିକ କାର୍ଯ୍ୟାନ୍ବୟନ ଓ ମତଦାତାଙ୍କ ସୁବିଧା ସୁନିଶ୍ଚିତ କରିବେ। ନୂଆପଡ଼ା ଉପନିର୍ବାଚନ ପାଇଁ ଅଦ୍ୟାବଧି ୧୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ନିର୍ବାଚନ ବିଜ୍ଞପ୍ତି ଅନୁସାରେ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୦ ତାରିଖ ଧାର୍ଯ୍ୟ ହୋଇଥିଲା l ଅକ୍ଟୋବର ୨୨ ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ନଭେମ୍ବର ୧୧ ତାରିଖରେ ଭୋଟ ଗ୍ରହଣ ଓ ନଭେମ୍ବର ୧୪ ତାରିଖ ରେ ଗଣତି ହୋଇ ୧୬ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ l ନିର୍ବାଚନ ତଦାରଖ ପ୍ରକ୍ରିୟାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

Leave a Reply

Your email address will not be published. Required fields are marked *