ଆସୁଛି ବାତ୍ୟା ‘ମୋନ୍ଥା’, ଓଡ଼ିଶା ପାଇଁ ବିପଦ ସଙ୍କେତ!

Oplus_131072

ଭୁବନେଶ୍ୱର: ବଙ୍ଗୋପସାଗରର ଦକ୍ଷିଣ–ପୂର୍ବ ଅଞ୍ଚଳରେ ଗଠିତ ହୋଇଥିବା ଲଘୁଚାପ ଆସନ୍ତା ସପ୍ତାହର ଆରମ୍ଭରେ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ନିଶ୍ଚିତ କରିଛି। ଏହି ବାତ୍ୟାକୁ ‘ମୋନ୍ଥା’ ନାମ ଦିଆଯାଇଛି। ବାତ୍ୟାର ଗତିପଥ ଉପରେ ପଶ୍ଚିମାଝଡ଼ର ପ୍ରଭାବ ପଡ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ପଶ୍ଚିମାଝଡ଼ ଆସିଲେ ବାତ୍ୟା ଦିଗ ବଦଳାଇପାରେ ଏବଂ ତେଣୁ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ବଢ଼ିଯାଇଛି। ପବନର ଗତି ବି ବଢ଼ିପାରେ ବୋଲି ଅନୁମାନ। ଏହାକୁ ନଜରରେ ରଖି ବିଶେଷଜ୍ଞମାନେ ସମୁଦ୍ର ପତନ ଓ ପାଣିପାଗ ପରିସ୍ଥିତି ଉପରେ ତିକ୍ଷ୍ଣ ନଜର ରଖିଛନ୍ତି।ପାଣିପାଗ ସଂସ୍ଥା ୱିଣ୍ଡି ଅନୁସାରେ, ବଙ୍ଗୋପସାଗରରେ ଗଠିତ ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇ ୨୮ ଅକ୍ଟୋବର ବେଳକୁ ସ୍ଥଳଭାଗ ଅତିକ୍ରମ କରିପାରେ। ଏହା ଆନ୍ଧ୍ରପ୍ରଦେଶର ବିଶାଖପାଟଣା ନିକଟରେ ଉପକୂଳ ଛୁଇଁଯାଇପାରେ। ତେବେ ଲଘୁଚାପ ଅବପାତ ରୂପ ନେଲେ ପରେ ବାତ୍ୟାର ନିଶ୍ଚିତ ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମଡି (IMD) ସୂଚନା ଦେଇଛି। ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ଏହି ଆକଳନକୁ ସମର୍ଥନ କରିଛନ୍ତି।ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୬ରୁ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଭାରି ବର୍ଷା ହେବାର ସମ୍ଭାବନା ରହିଛି।୨୬ ଅକ୍ଟୋବର: ଦକ୍ଷିଣ, ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ଆଶଙ୍କା।୨୭ ଅକ୍ଟୋବର: ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ।୨୮ ଅକ୍ଟୋବର: ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ଅତି ଭାରି ରୁ ଅତ୍ୟଧିକ ଭାରି ବର୍ଷା ସମ୍ଭାବନା।୨୯ ଅକ୍ଟୋବର: ଉତ୍ତର ଓଡ଼ିଶାରେ ଭାରି ବର୍ଷା ସତର୍କବାଣୀ ଜାରି।ରେଡ୍ ଆଲର୍ଟ:ଅକ୍ଟୋବର ୨୮ ସକାଳ ୮.୩୦ରୁ ଅକ୍ଟୋବର ୩୦ ସକାଳ ୮.୩୦ ପର୍ଯ୍ୟନ୍ତ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ବର, ମୟୂରଭଂଜ ଓ ଭଦ୍ରକ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି।ୟେଲୋ ଆଲର୍ଟ:ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କନ୍ଧମାଳ, ରାୟଗଡା, କୋରାପୁଟ, ମୟୂରଭଂଜ, ଢେଙ୍କାନାଳ, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *