ଜଳସମ୍ପଦ ବିଭାଗର ବଡ଼ ସୂଚନା: ବାତ୍ୟା ପୂର୍ବରୁ ଘୋଡାହାଡ ଡ୍ୟାମରୁ ପାଣି ଛଡ଼ାଯିବ

Oplus_131072

ଦିଗପହଣ୍ଡି: ଦକ୍ଷିଣ ବଙ୍ଗୋପସାଗରରେ ଗଠିତ ଲଘୁଚାପ ରବିବାର ଅବପାତର ରୂପ ନେଇ, ବାତ୍ୟା ‘ମୋନ୍ଥା’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ମଙ୍ଗଳବାରରୁ ଗୁରୁବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି, ଘୋଡାହାଡ ଡ୍ୟାମ ଅଧୀନ ଜଳସମ୍ପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଯେ, ଯେକୌଣସି ମୁହୂର୍ତ୍ତରେ ଡ୍ୟାମର ସ୍ପିଲୱେ ମୁଖ୍ୟ ଫାଟକ ଖୋଲି ଘୋଡାହାଡ ନଦୀ ମଧ୍ୟକୁ ପାଣି ଛଡ଼ାଯିବ।ଫଳରେ, ନଦୀ ତଟବର୍ତ୍ତୀ ଗ୍ରାମଗୁଡ଼ିକ—ଗୋଲଣ୍ଡା, ମଧୁବନ, ସେବକ ଟିକରପଡ଼ା, କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି, ଗୁମା, ପନାଡ, ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା, ଆମ୍ବଗାଁ, ତିଳେଶ୍ୱର, ମହାନଳା, ପଳାଶପୁର, ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର—ରାବିବାର ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି।ଘୋଡାହାଡ ଡ୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ସମୟରେ, ରବିବାର ପର୍ଯ୍ୟନ୍ତ ଜଳଭଣ୍ଡାରରେ ୮୭.୫% ଅର୍ଥାତ ୧୧୬.୫୦ ମିଟର ପାଣି ଗଚ୍ଛିତ ଥିଲା। ଜଳସମ୍ପଦ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ଏହା ଜଣାଇଛନ୍ତି।ଡ୍ୟାମରୁ ପାଣି ଛଡ଼ାଯିବା ସୂଚନା ସହ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ନିକଟସ୍ଥ ଥାନା ଓ ଦମକଳ କେନ୍ଦ୍ରମାନେ ମଧ୍ୟ ସତର୍କ କରାଯାଇଛନ୍ତି।

Leave a Reply

Your email address will not be published. Required fields are marked *