ଭୁବନେଶ୍ୱର: ବାତ୍ୟା ମୋନ୍ଥା ଯୋଗୁଁ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି। ଆଉ ଏହି ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପୂର୍ବରୁ ଓଡ଼ିଶାବାସୀଙ୍କ ମନୋବଳ ବଢ଼ାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବୀନ ପଟ୍ଟନାୟକ। ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ଏବେ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟାରେ ବାତ୍ୟାର ଲ୍ୟାଣ୍ଡଫଲ୍ ଥିବା ବେଳେ ଏନେଇ ଓଡ଼ିଶା ସରକାର ସତର୍କ ରହିଛନ୍ତି। ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଏହାରି ମଧ୍ୟରେ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।ଭିଡିଓରେ ସେ କହିଛନ୍ତି ଯେ, ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ। ତେଣୁ ଭୟ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ପ୍ରଶାସନକୁ ପୁରା ସହଯୋଗ କରନ୍ତୁ। ଆମର ଦଳର ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଯେ, ସେମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ। ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ। ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ ବିପର୍ଯ୍ୟୟର ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା ପାଇଁ ନବୀନ ଆହ୍ଵାନ ଦେଇଛନ୍ତି।ସୂଚନାଥାଉକି, ନବୀନ ପଟ୍ଟନାୟକଙ୍କ ପ୍ରଶାସନିକ ଭାବରେ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯୟ, ପରିଚାଳନା କୌଶଳ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଯେଉଁଥିପାଇଁ, ଅନେକେ ଓଡ଼ିଶାକୁ ସଜାଗତା ଓ ବିପଦ ନିୟନ୍ତ୍ରଣ ପାଇଁ ଏକ ବିଶ୍ୱମାନକ ମଡେଲ୍ ବୋଲି କୁହନ୍ତି। ୧୯୯୯ ର ସୁପର୍ ସାଇକ୍ଲୋନ୍ ପରେ, ତାଙ୍କ ସରକାର ଗୁରୁତ୍ୱପୂର୍ଣ୍ଣ ସଂଶୋଧନା କରିଥିଲ ଓ ଏକ ସୁନ୍ଦର ପ୍ରାକୃତିକ ବିପର୍ଯୟ ପରିଚାଳନା ରଣନୀତି ତିଆରି କରିଥିଲେ। ୧୯୯୯ ମସିହାରେ, ପଟ୍ଟନାୟକଙ୍କ ସରକାର ଭାରତରେ ପ୍ରଥମେ ଏକ ନିର୍ଦ୍ଦିଷ୍ଟ ବିପଦ ପରିଚାଳନା କାର୍ଯ୍ୟାଳୟ (OSDMA) ସୃଷ୍ଟି କରିଥିଲେ, ଯାହା ରାଷ୍ଟ୍ରୀୟ ସଂସ୍ଥା (NDMA) ଠାରୁ କିଛି ବର୍ଷ ପୂର୍ବରୁ ଘଟିଥିଲା।ଏହି ସଂସ୍ଥାର ମୁଖ୍ୟ ନୀତି ଥିଲା, “ପ୍ରତିଟି ଜୀବନ ଅମୂଲ୍ୟ।”
ଭୟ ନକରି ସତର୍କ ରୁହନ୍ତୁ, ଏକାଠି ହୋଇ ବାତ୍ୟାର ମୁକାବିଲା କରିବା: ନବୀନ ପଟ୍ଟନାୟକ
Oplus_131072
