କୋରାପୁଟ:ବାତ୍ୟା ‘ମୋନ୍ଥା’ର ପ୍ରଭାବ ଫଳରେ କୋରାପୁଟ ସହର ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ସହର ସହିତ ପଟ୍ଟାଙ୍ଗି, ବନ୍ଧୁଗାଁ ଓ ନାରାୟଣପାଟଣା ଅଞ୍ଚଳରେ ମଧ୍ୟ ଲାଗାତାର ବର୍ଷା ହେଉଥିବା ଜଣାଯାଇଛି।ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି, କୋରାପୁଟ ମ୍ୟୁନିସିପାଲିଟି ପକ୍ଷରୁ ଜନସାଧାରଣଙ୍କୁ ସତର୍କ କରିବା ପାଇଁ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି। ଗାଡ଼ି ମାଧ୍ୟମରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସାହିସାହି ଘୁରି ଲୋକମାନଙ୍କୁ ବାତ୍ୟା ସତର୍କତା ବାର୍ତ୍ତା ପହଞ୍ଚାଯାଉଛି।ଏହି ସମୟରେ, କୋରାପୁଟ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଜ୍ଞାନଜିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବିଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ତହସିଲଦାର ସବୀର ସାହା ସହିତ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି।ଏପରିକି, ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବ୍ଲକ୍ରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହେଉଛି। ବାତ୍ୟା ‘ମୋନ୍ଥା’ ର ପ୍ରଭାବ ଆଗାମୀ ଦିନଗୁଡ଼ିକରେ ଅଧିକ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଅବସ୍ଥାନରେ ରହିଛି।
ବାତ୍ୟା ‘ମୋନ୍ଥା’ର ପ୍ରଭାବ: କୋରାପୁଟରେ ବର୍ଷା, ସତର୍କତା ଜାରି
Oplus_131072
