ନୂଆପଡାରେ କଂଗ୍ରେସର ଦାୟିତ୍ୱ ବଣ୍ଟନ

Oplus_131072

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ନିଜ ପ୍ରଚାର ପ୍ରସାରକୁ ଜୋରଦାର କରି ଲୋକାଭିମୁଖୀ ହେବା ଉଦ୍ଦେଶ୍ୟରେ ତିନୋଟି ଜୋନରେ ନିର୍ବାଚନ ପ୍ରଚାର ଏବଂ ଭୋଟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ତିନିଜଣ ବିଧାୟକଙ୍କୁ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ନିଯୁକ୍ତ କରାଯାଇଛି ।କୋମନା ବ୍ଲକର ତିନିଗୋଟି ଜୋନର ଦାୟିତ୍ୱ ବିଧାୟକ ଡଃ ରାଜନ ଏକ୍କାଙ୍କୁ ଦିଆଯାଇ ଥିବାବେଳେ ୧ ନମ୍ବର ଜୋନ ପାଇଁ ବିଧାୟକ ମଙ୍ଗୁ ଖିଲ, ୨ ନମ୍ବର ଜୋନ ପବିତ୍ର ସାଉଁନ୍ତା ଏବଂ ୩ ନମ୍ବର ଜୋନ ବିଧାୟକ ସତ୍ୟଜିତ ଗୋମାଙ୍ଗଙ୍କୁ ଦାୟିତ୍ୱ ଦିଆଯାଇଛି। ନୂଆପଡା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପରିଚାଳନା ଦାୟିତ୍ୱ ଡଃ ହମିଦ ହୁସେନଙ୍କୁ ୱାର ରୁମ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ବୋଲି କଂଗ୍ରେସ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।ସୂଚନାଥାଉକି, ନଭେମ୍ବର ୧୧ ​​ତାରିଖରେ ମତଦାନ ଅନୁଷ୍ଠିତ ହେବ, ଭୋଟ ଗଣତି ଓ ଫଳାଫଳ ନଭେମ୍ବର ୧୪ ତାରିଖରେ ହେବ ।

Leave a Reply

Your email address will not be published. Required fields are marked *