ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୀତି ମାହୋଲ ସରଗରମ ରହିଛି। ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡ଼ି । ଜିଲ୍ଲାପାଳ ଓ ଏସପି ବିଜେପିକୁ ସମର୍ଥନ କରିବା ପାଇଁ କିଛି ବିଜେଡ଼ି କର୍ମୀଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଆଗରେ ଅଭିଯୋଗ କରିଛି ବିଜୁ ଜନତା ଦଳ। ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି। ଏହି ସ୍ମାରକପତ୍ରରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଓ ନୂଆପଡ଼ା ଏସପି ଅମ୍ରିତପାଲ ସିଂଙ୍କ ବିରୋଧରେ ବିଜେପି ସପକ୍ଷରେ ଲୋକଙ୍କୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଛି।
ସ୍ମାରକପତ୍ରରେ ଏହି ଦୁଇ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ସହିତ ମୁକ୍ତ ଓ ଅବାଧ ନିର୍ବାଚନ କିପରି ହୋଇପାରିବ ସେନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ବିଜେଡି ତରଫରୁ ଦାବି କରାଯାଇଛି । ବିଜେଡ଼ି ପ୍ରତିନିଧି ମଣ୍ଡଳୀରେ ସୁଲତା ଦେଓ, ଡ଼ ଲେନିନ ମହାନ୍ତି, ମିହିର ରାୟ, ତୁମ୍ୱନାଥ ପଣ୍ଡା, ସୋଫିଆ ଆଲାମ, ଜ୍ୟୋତ୍ସ୍ନା ପରିଡା, ରୀତାଞ୍ଜଳି ପ୍ରଧାନ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *