ପୀତବାସ ହତ୍ୟା ମାମଲା: ବ୍ରହ୍ମପୁର ଏସପିଙ୍କ ମନ୍ତବ୍ୟ ନେଇ ହାଇକୋର୍ଟ ଖପ୍ପା

Oplus_131072

ଭୁବନେଶ୍ୱର: ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ, ବ୍ରହ୍ମପୁର ଏସପିଙ୍କ ଏକ ମନ୍ତବ୍ୟରେ ହାଇକୋର୍ଟ ଖପ୍ପା ହୋଇଛି।ସୂତ୍ର ଅନୁସାରେ, ଘଟଣା ପର୍ଦ୍ଦାଫାଶ ହେବା ସମୟରେ ଏସପି ହାଇକୋର୍ଟରେ ଏକ ନିର୍ବାଚନୀ ମାମଲା ବିଷୟରେ ମନ୍ତବ୍ୟ ଦେଇଥିଲେ, ଯାହା ତାଙ୍କ ପାଇଁ ନୂଆ ଅସୁବିଧା ସୃଷ୍ଟି କରିଛି। ଏହି ମନ୍ତବ୍ୟକୁ ହାଇକୋର୍ଟ ନାପସନ୍ଦ କରି ଏସପିଙ୍କୁ ରିପୋର୍ଟ ଦେବାକୁ କହିଛି। ହାଇକୋର୍ଟ ପ୍ରଶ୍ନ କରିଛି, କାହିଁକି ଏସପିଙ୍କ ମନ୍ତବ୍ୟକୁ ଅଦାଲତ ଅବମାନନା ଭାବରେ ବିବେଚନା କରାଯିବ ନାହିଁ। ଏହି ମାମଲାରେ ଏସପିଙ୍କୁ ୭ ତାରିଖ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦେଶ ଜାରି ହୋଇଛି।ସୂଚନାଯୋଗ୍ୟ, ପୀତବାସ ହତ୍ୟା ମାମଲାର ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ନିର୍ବାଚନୀ ମାମଲା ସମ୍ବନ୍ଧରେ ମନ୍ତବ୍ୟ ଦେଇଥିଲେ। ଏସପି କହିଥିଲେ, ବିକ୍ରମ ପଣ୍ଡା ଓ ଶିବଶଙ୍କର ଦାସଙ୍କ ମଧ୍ୟରେ କମନ୍‌ ଲିଙ୍କ ଥିଲା, ଯାହା ଏକ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ରହିଥିବା ନିର୍ବାଚନୀ ମାମଲା ସହ ସଂପୃକ୍ତ ଥିଲା। ଶିବଶଙ୍କର ମାମଲାରେ ବିକ୍ରମ ଖର୍ଚ୍ଚ ବହନ କରୁଥିଲେ। ଏସପିଙ୍କ ଏହି ମନ୍ତବ୍ୟ ପରେ ତାଙ୍କ ପାଇଁ ନୂଆ ଅସୁବିଧା ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *