ନୂଆପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟ: ଦରମା ନମିଳିବାରୁ ସିକ୍ୟୁରିଟି ଗାର୍ଡଙ୍କ ଆତ୍ମହତ୍ୟା

Oplus_131072

ନୂଆପଡ଼ା: ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଘଟିଛି ଏକ ଦୁଃଖଦ ଘଟଣା। ଜଣେ ସିକ୍ୟୁରିଟି ଗାର୍ଡ୍ ହସ୍ପିଟାଲର ପଞ୍ଚମ ମହଲା ଛାତରୁ ଡେଇଁ ଜୀବନ ଶେଷ କରିଛନ୍ତି। ମୃତ ସିକ୍ୟୁରିଟି ଗାର୍ଡ୍ ଜଣକଙ୍କ ନାମ ଲଘୁତମ ସାହୁ, ସେ ପଲାସାଗୁଡ଼ା ଗାଁର ନିବାସୀ।ସୂତ୍ର ଅନୁସାରେ, ସେ ହସ୍ପିଟାଲର ଛାତରୁ ତଳକୁ ଡେଇଁ ପଡ଼ିଥିଲେ ଏବଂ ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ହସ୍ପିଟାଲ ପରିସରରେ ଭୟ ଓ ଅସ୍ତବ୍ୟସ୍ତ ପରିସ୍ଥିତି ସୃଷ୍ଟି କରିଥିଲା।ତାଙ୍କ ଆତ୍ମହତ୍ୟା ପଛରେ କାହିଁକି ଏହି ଚରମ ପଦକ୍ଷେପ ନେଲେ ସେଥିପାଇଁ ସ୍ପଷ୍ଟ କାରଣ ମିଳିନାହିଁ। ତେବେ ସୂଚନା ମିଳିଛି ଯେ, ଲଘୁତମ ପଛଲା ୫ ମାସ ଧରି ଦରମା ପାଇନଥିଲେ। ଆର୍ଥିକ ଅସୁବିଧା ଯୋଗୁଁ ସେ ଏପରି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।ଘଟଣା ସୂଚନା ମିଳିବା ପରେ ନୂଆପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି, ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ଘଟଣାସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *