ହାରିବା ଭୟରେ ବିଜେପିର ଗୁଣ୍ଡାରାଜ: ବିନା ପ୍ରମାଣରେ ପ୍ରୀତି ଘଡେଇଙ୍କ ଘରେ ଚଢ଼ାଉ

Oplus_131072

ନୂଆପଡା: ରୋଗ ଦାଉରୁ ତାଟିଆ କାମୁଡିବା ଭଳି, ନୂଆପଡା ଉପନିର୍ବାଚନରେ ହାରିବା ଭୟ ବିଜେପିକୁ ଗୁଣ୍ଡାରାଜ ଚଳାଇବାକୁ ବାଧ୍ୟ କରିଛି। ବିଜେଡିକୁ ହାତରେ ନମାରି ଭାତରେ ମାରିବା ଭଳି ନୀତିକୁ ଆପଣାଇ, ଶୁକ୍ରବାର ନୂଆପଡା ଜିଲ୍ଲା ମ୍ୟାଜିଷ୍ଟ୍ରେଟ ସଶସ୍ତ୍ର ପୋଲିସ ସହ ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇଙ୍କ ନୂଆପଡାସ୍ଥିତ ଭଡା ଘରରେ ବିନା ପ୍ରମାଣ ଓ ସର୍ଚ୍ଚ ୱାରେଣ୍ଟରେ ଚଢ଼ାଉ କରିଥିଲେ।ସରକାରୀ ସୂତ୍ର ଅନୁସାରେ, ତଦନ୍ତରେ କୌଣସି ସାମଗ୍ରୀ ଜବତ ହୋଇନଥିଲା। କିନ୍ତୁ ଏହି ଘଟଣା ପରେ ବିଜେଡି ଶିବିରରୁ ତୀବ୍ର ପ୍ରତିକ୍ରିୟା ଆସିଥିଲା। ନେତାମାନେ ଚଢ଼ାଉର ଉଦ୍ଦେଶ୍ୟ ଓ ସମୟକୁ ପ୍ରଶ୍ନ କରିଥିଲେ।ସେମାନେ ଘଟଣାସ୍ଥଳରେ ମ୍ୟାଜିଷ୍ଟ୍ରେଟଙ୍କୁ ପ୍ରଶ୍ନ କରି ଜାଣିବାକୁ ଚାହିଁଥିଲେ, “ଏହି ଚଢ଼ାଉ କାହା ନିର୍ଦ୍ଦେଶରେ ହେଲା? ଯଦି ଆମେ ନୂଆପଡାରେ ବିଜେପି ନେତାଙ୍କ ବିରୁଦ୍ଧରେ ଅଭିଯୋଗ କରିବୁ, ତେବେ ଆପଣମାନେ ତାଙ୍କ ଘରେ ଏହିପରି ଚଢ଼ାଉ କରିବେ କି?” — ଏହିପରି ପ୍ରଶ୍ନ ଉଠାଇଥିଲେ।ଏହା ପୂର୍ବରୁ, ପୋଲିସ ନୂଆପଡାର କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ତଲାସି କରିଥିଲା, ଯାହାକୁ ନେଇ ବିପକ୍ଷ ଦଳମାନେ ପ୍ରଶାସନଙ୍କ ପକ୍ଷପାତ ଆଚରଣ ଉପରେ ଆକ୍ଷେପ କରିଥିଲେ।

Leave a Reply

Your email address will not be published. Required fields are marked *