ଆଜିଠୁ ସମୁଦ୍ରରେ ମାଛଧରା ମନା

Oplus_16908288

ପାରାଦୀପ: ଆଜିଠୁ ୭ ମାସ ଯାଏଁ ସମୁଦ୍ରରୁ ମାଛ ଧରିପାରିବେନି ମତ୍ସ୍ୟଜୀବୀ । ସମୁଦ୍ରରେ ମାଛଧରା ନିଷେଧ। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି ନଭେମ୍ବର ୧ ତାରିଖରୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ପାଇଁ ମନା କରାଯାଇଛି। ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ନିଷେଧ ରହିଛି। ଯନ୍ତ୍ରଚାଳିତ ବୋଟ୍ ଚଳାଚଳ ଉପରେ କଟକଣା ଲଗାଯାଇଛି।ଏହି ସମୟରେ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡା ଦେବା ପାଇଁ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ମାଳଦ୍ୱୀପ, ଭିଏତ୍‌ନାମ୍‌, ଇଣ୍ଡୋନେସିଆ ଆଦି ଦେଶରୁ ସମୁଦ୍ର ପଥ ଦେଇ ଆସିଥାନ୍ତି । ବିରଳ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ସମୁଦ୍ରରେ ମାଛଧରା ଉପରେ ଏହି କଟକଣା ଜାରି କରାଯାଇଛି । କଇଁଛଙ୍କ ଏହି ଅଣ୍ଡାଦାନ ଋତୁରେ ଧାମରା ମୁହାଣରୁ ଗହୀରମଥା, ଦେବୀ ମୁହାଣ (କେଲୁଣି ମୁହାଣରୁ ନୂଆ ଦେବୀ ନାସି) ଓ ଋଷିକୂଲ୍ୟା ମୁହାଣ ସମୁଦ୍ରରେ ମତ୍ସ୍ୟଜୀବୀଙ୍କୁ ମାଛ ନ ଧରିବାକୁ ରାଜ୍ୟ ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।କଟକଣା ସମୟରେ ଯନ୍ତ୍ରଚାଳିତ ଡଙ୍ଗା ଓ ଟ୍ରଲର ସମୁଦ୍ର ମଧ୍ୟରେ କୂଳ ଠାରୁ ୨୦ କିମି ଭିତରେ ମାଛ ଧରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ଦ୍ୱାରା ପଞ୍ଜିକୃତ ସମସ୍ତ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲରକୁ ଏହି ସମୟ ମଧ୍ୟରେ ସମୁଦ୍ରରେ ମାଛ ଧରିବାକୁ ବାରଣ କରାଯାଇଛି। ପାରାଦୀପ ମାଛଧରା ବନ୍ଦର ଅଞ୍ଚଳରେ ୫୫୬ ଟ୍ରଲର ଓ ୧୪୫ ଯାନ୍ତ୍ରିକ ଡ଼ଙ୍ଗା ରହିଛି । ଏହି ନିଷେଧାଦେଶ ଦ୍ୱାରା ଜୀବିକା ନିର୍ବାହ କରୁଥିବା ପାରାଦୀପର ୫୦ ହଜାର ମତ୍ସ୍ୟଜୀବୀ ପ୍ରଭାବିତ ହେବେ।

Leave a Reply

Your email address will not be published. Required fields are marked *