ସ୍କୁଲରେ ପାଠପଢା ମଝିରେ ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକ ଗିରଫ

Oplus_131072

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ହୁମା ଫାଣ୍ଡି ସୀମାଭିତରେ ଥିବା ଗଡ଼ହୁମ୍ମା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ଉଠିଛି।ସୂତ୍ରମାନେ କହିଛନ୍ତି, ଶନିବାର ସକାଳେ ସ୍କୁଲରେ ପାଠପଢା ଚାଲିଥିବା ବେଳେ ଏକୁଟିଆ ସୁଯୋଗ ନେଇ ଶିକ୍ଷକ ଲିଙ୍ଗରାଜ ମହାଙ୍କୁଡ଼ (୪୦), ଗ୍ରାମ ବୋରିଗାଁ, ପ୍ରଥମେ ଛାତ୍ରୀଙ୍କୁ ଚକୋଲେଟ୍‌ର ପ୍ରଲୋଭନ ଦେଖାଇ ଏକୁଟିଆ ଜାଗାକୁ ନେଇ ଅସଦାଚରଣ କରିଥିଲେ।ସ୍କୁଲ ଛୁଟି ପରେ ଛାତ୍ରୀ ଘଟଣା ବିଷୟରେ ବାପା-ମା’ଙ୍କୁ କହିଥିଲେ। ଅଭିଭାବକମାନେ ତତ୍କ୍ଷଣାତ୍‌ ସ୍କୁଲକୁ ଯାଇ ଏହାକୁ ବିରୋଧ କରିଥିଲେ ଏବଂ ପରେ ହୁମା ଫାଣ୍ଡି ଅଧିକାରୀ ସତ୍ୟଜିତ ବେଣିଆଙ୍କୁ ଅଭିଯୋଗ ଦେଇଥିଲେ।ଅଭିଯୋଗ ମିଳିବା ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ କରି ପଚାରାଉଚରା କରିଥିଲା ଏବଂ ମାମଲା ରୁଜୁ କରି କେସ ନଂ ୮୪୪/୨୫ ରେ ଗିରଫ କରାଯାଇଥିଲା। ପରେ ରବିବାର ଶିକ୍ଷକଙ୍କୁ କୋର୍ଟକୁ ଚାଲାଣ କରାଯାଇଛି।ହୁମା ଫାଣ୍ଡି ଅଧିକାରୀ ସତ୍ୟଜିତ ବେଣିଆ ସୂଚନା ଦେଇଛନ୍ତି ଯେ ଘଟଣାର ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତଙ୍କୁ ଜେଲ୍‌କୁ ପଠାଯାଇଛି।

Leave a Reply

Your email address will not be published. Required fields are marked *