ନବୀନଙ୍କ ରୋଡ ଶୋ’; ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ: ନବୀନ ପଟ୍ଟନାୟକ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ଲାଗି ଜୋସ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡରେ ବିରାଟ ରୋଡ ସୋରେ ହେଲେ ସାମିଲ। ନବୀନଙ୍କ ରୋଡ ଶୋ’ରେ ଅସମ୍ଭାଳ ଭିଡ । ପ୍ରିୟ ନେତାଙ୍କୁ ଦେଖି ଖୁସିରେ ଆତ୍ମହରା ନୂଆପଡ଼ା ନିର୍ବାଚନ ମଣ୍ଡଳୀବାସୀ। ରୋଡ ସୋରେ ସାମିଲ ହୋଇଛନ୍ତି ଶହ ଶହ କର୍ମୀ ଓ ନେତା। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ। ଗତ ୩ ତାରିଖରେ ବି ନୂଆପଡ଼ା ଯାଇ ପ୍ରଚାର କରିବା ସହ କର୍ମୀଙ୍କ ନିକଟରେ ଉତ୍ସାହ ଭରିଥିଲେ ବିଜେଡି ସୁପ୍ରିମୋ। ନୂଆପଡ଼ାରେ ପ୍ରଚାର ଜୋର ଧରିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ଲାଗି ବଢ଼ିବାରେ ଲାଗିଛି ସମର୍ଥନର ବର୍ଷା। ବିକାଶ ହୋଇଛି ପ୍ରମୁଖ ପ୍ରସଙ୍ଗ। ନବୀନ ସରକାର ସମୟରେ ହୋଇଥିବା ନୂଆପଡ଼ାର ବିକାଶକୁ ଆୟୁଧ କରିଛନ୍ତି ସ୍ନେହାଙ୍ଗିନୀ। ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ନୂଆପଡାବାସୀଙ୍କୁ ଅପିଲ କରିଛନ୍ତି। ବିଜେପି ନିଜ କ୍ଷମତାର ଅପବ୍ୟବହାର କରୁଛି, ନିର୍ବାଚନ ଜିତିବା ପାଇଁ ସବୁ କଳା କୌଶଳ କରି ଆମକୁ ଅଟକାଇବାକୁ ଚେଷ୍ଟା କରୁଛି, ହେଲେ ଲୋକେ ନବୀନବାବୁଙ୍କ ପାଇଁ ଯେତେ ଡେରି ହେଲେ ବି ଆଗ୍ରହରର ସହ ଅପେକ୍ଷା କରିଛନ୍ତି ବୋଲି ନୂଆପଡା ବିଜେଡ଼ି ପ୍ରର୍ଥୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି। ନବୀନଙ୍କ ପ୍ରତି ଶ୍ରଦ୍ଧା ଓ ବିଶ୍ୱାସ ପାଇଁ ଲୋକେ ଆଜି ଏକତ୍ରିତ। କାରଣ ସେ ଯାହା କହିଛନ୍ତି ତାହା କରିଛନ୍ତି ବୋଲି ବିଜେଡ଼ି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି।

Leave a Reply

Your email address will not be published. Required fields are marked *