ବାଲିଯାତ୍ରା ଶେଷ ସାନ୍ଧ୍ୟଅସମ୍ଭାଳ ଭିଡ଼,

କଟକ: ୧୪/୧୧: ଗୁରୁବାର ବାଲିଯାତ୍ରା ର ଶେଷ ସନ୍ଧ୍ୟା ଥିଲା। ଶେଷ ସନ୍ଧ୍ୟା ରେ ଗାୟିକା ଶ୍ରେୟା ଘୋଷାଲ ଙ୍କ ଶୋ ରହିଥିଲା। ସେଥିପାଇଁ ଆଜି ବାଲିଯାତ୍ରା ବହୁ ଲୋକଙ୍କ ସମାଗମ ହେଇଥିଲା। ବାଲି ଯାତ୍ରାର ଶେଷ ଦିନରେ ଭିଡ଼ ଏତେ ବଢି ହେଇଥିଲା ଯେ ସେଠାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁଥିରେ କିଛି ଲୋକ ଆହତ ହୋଇଥିଲେ।ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବ୍ୟାରିକେଡ୍ କରିଥିଲା। ଶ୍ରେୟା ଷ୍ଟେଜରେ ପହଞ୍ଚିବା ପରେ ଷ୍ଟେଜ ପାଖରେ ଭିଡ଼ ପ୍ରବଳ ହେଇଥିଲା। ଭିଡ଼ରେ ଦୁଇଜଣ ବ୍ୟକ୍ତି ଅଚେତ ହୋଇ ପଡ଼ିଥିଲେ ଓ ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଏସସିବି ମେଡିକାଲ୍ କଲେଜକୁ ପଠାଯାଇଥିବା ସୂଚନା ମିଳିଛି। ଭିଡ଼ ନିୟନ୍ତ୍ରଣ ପାଇଁ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *