କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍ ଉଦ୍ଘାଟିତ ହୋଇଯାଇଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ଦିନେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ସୁବିଧା ପାଇଁ ଇକୋ ରିଟ୍ରିଟ୍ର ବ୍ୟବସ୍ଥା କରାଯାଇଛି। ଆଜି ପଞ୍ଚମ ଥର ପାଇଁ ଏହାର ଉଦ୍ଘାଟନ ହୋଇଛି। ଅନୁଷ୍ଠାନିକା ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅତିଥିଭାବେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ, ଏସ୍ପି ହରିଶ ବିସି, ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏଡିଏମ୍ ରମେଶ ଚନ୍ଦ୍ର ଜେନା, କୁଶଳ ଚନ୍ଦ୍ର ନାୟକ, ଫୁଲବାଣୀ ଉପ ଜିଲ୍ଲାପାଳ ଭିକାରି ସାହୁ, ବାଲିଗୁଡ଼ା ଏସ୍ଡିପିଓ ରମେନ୍ଦ୍ର ପ୍ରସାଦ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଏମପି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପର୍ଯ୍ୟଟକମାନେ ଅନ୍ଲାଇନ ମାଧ୍ଯମ ରେ ବୁକ୍ କରି ଇକୋ ରିଟ୍ରିଟ୍ରେ ରହି ପାରିବେ। ପର୍ଯ୍ୟଟକମାନେ କଫି ବଗିଚା, ହିଲ୍ଭିୟୁ ପାର୍କ, ନେଚର ପାର୍କ, ପାଇନ ଫରେଷ୍ଟ, ଲଭର୍ସ ପଏଣ୍ଟ, ମିଦୁଵାନ୍ଦା ଜଳପ୍ରପାତ, ବେଲଘର କାଠ ବଙ୍ଗଳା ଓ ମଣ୍ଡାସରୁ ପର୍ଯ୍ୟଟନ କ୍ଷେତ୍ର ଆଦି ବୁଲିବାର ମଜା ନେବା ସହ ଉକ୍ତ ବିଳାସପୂର୍ଣ୍ଣ ତମ୍ବୁରେ ତାରକା ହୋଟେଲର ସୁବିଧା ପାଇପାରିବେ । କାର୍ଯ୍ୟକ୍ରମକୁ ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦୁନୀ ମଲିକ ପରିଚାଳନା କରିଥିଲେ
ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟର ଶୁଭାରମ୍ଭ
