ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲା ସ୍ତରୀୟ କର୍ମଶାଳା

କଟକ: ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଅଧୀନରେ ଗୁରୁବାର କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହଠାରେ ଆର୍ଥିକ ସାକ୍ଷରତା ଏବଂ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅଧିକାର ବିଷୟରେ ଜିଲ୍ଳାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଆର୍ଥିକ ବୀମା, ପେନସନ୍ ଏବଂ ଛାତ୍ରବୃତି ଉପରେ ବିଶଦ ଭାବରେ ଅବଗତ କରାଯାଇଥିଲା । ଏଥିସହ ଶିକ୍ଷାର ଭୂମିକା, ପିତାମାତାଙ୍କ କର୍ତ୍ତବ୍ୟ , ସାମାଜିକ ପ୍ରଥା ଓ ମାନସିକତାରେ ପରିବର୍ତନ ଏବଂ ଏ ଦିଗରେ ସଚେତନତା ତଥା କନ୍ୟା ଭ୍ରୁଣହତ୍ୟା କୁ ସମ୍ପୁର୍ଣ୍ଣ ଭାବେ ବିଲୋପ କରିବା ଉପରେ ଆଲୋଚନା କରାଯାଇଥିଲା । କର୍ମଶାଳାରେ ଜିଲ୍ଳା ସମାଜମଙ୍ଗଳ ଅଧିକାରୀ ରଶ୍ମିତା ମହାନ୍ତି, ସହକାରୀ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାଢୀ, ସଂଚୟ ଏବଂ ଆର୍ଥିକ ସେବା ସହକାରୀ ନିର୍ଦ୍ଦେଶକ ସନ୍ତୋଷ କୁମାର ରଥ,ଆର୍ଥିକ ସାକ୍ଷରତା ନିର୍ଦ୍ଦେଶକ ବିମଳ କିଶୋର ମହାନ୍ତି, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି, ସହାୟକ ଜିଲ୍ଳା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଳା କାର୍ଯ୍ୟକ୍ରମ ଅଧିକାରୀ ସରିତା ଦାସ, ସସ୍ମିତା କାନୁନଗୋ, ସଙ୍ଗୀତା ନାୟକ ଏବଂ ଜିଲ୍ଳାର ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀବୃନ୍ଦ, ଅଙ୍ଗନବାଡି ଦିଦି, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କିଶୋରୀ ବାଳିକା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *