ଭୁବନେଶ୍ଵର: ଓଡ଼ିଶା ସରକାର ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଓଡ଼ିଶା ରାଜଭବନ ଇତିହାସରେ ପ୍ରଥମ କରି ରାଜ୍ୟପାଳଙ୍କ ସଚିବ ଭାବେ ମହିଳା ଆଇଏଏସଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟପାଳଙ୍କ ସଚିବ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ରୂପା ରୋଶନ ସାହୁଙ୍କୁ ନିଯୁକ୍ତି ମିଳିଛି । ରୂପା ରୋଶନ ଓଡ଼ିଶା ରାଜଭବନ ଇତିହାସରେ ପ୍ରଥମ ମହିଳା ସଚିବ।
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍ ବିଏସ୍ ରାଜପୁତଙ୍କୁ ସରକାରୀ ଉଦ୍ୟୋଗ ବିଭାଗକୁ ବଦଳି କରାଯାଇଛି। ସେ ଓଆରଏସଟିସି ସିଏମ.ଡି ଭାବରେ ଅତିରିକ୍ତ ଦାୟିତ୍ବରେ ରହିବେ। ସେହିପରି ବ୍ରହ୍ମପୁର ଆର୍ ଡିସି ରୂପା ରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୦୬ ବ୍ୟାଚ୍ ରୂପା ରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ କମିଶନର ତଥା ସଚିବ ଭାବରେ ନିଯୁକ୍ତ କରାଯାଇଛି। ଓଡ଼ିଶା ସରକାର ସୁଶାସନ ଓ ସେବା ଯୋଗାଣରେ ନୂଆ ନେତୃତ୍ବ ଆଣିବା ପାଇଁ ଆଇଏଏସ୍ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରି ୧୬ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତ କରିଛନ୍ତି।